ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁରଙ୍କ ପରଲୋକ
·2 years ago·1 min read

ଅର୍ଗସ ବ୍ୟୁରୋ: ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ଘଟିଛି । ୮୯ ବର୍ଷ ବୟସରେ ତାଙ୍କ ନିଜସ୍ଵ ଘରେ ମୃତ୍ୟୁ ହୋଇଥିବା ବେଳେ ସେ କିଛି ଦିନ ହେବ ଗୁରୁତର ଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରିଥିବାରୁ ତାଙ୍କୁ ଭାରତ ସରକାର ୨୦୨୩ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।
ଗତ କିଛିଦିନ ତଳେ ସିଏ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅ କୁ ହରାଇ ଥିଲେ। ଏହି ସବୁ ଦୁଃଖଦ ଘଟଣା କୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ସ୍ଥାନିୟ ଲୋକଙ୍କ ସୁଅ ଛୁଟିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: