Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଅଶାନ୍ତ ହେଲା ପଦ୍ମକେଶରୀପୁର : ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ

Ritu Das
Browse all articles by Ritu Das
·2 years ago
ପୁଣି ଅଶାନ୍ତ ହେଲା ପଦ୍ମକେଶରୀପୁର : ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ

ଅର୍ଗସ ବ୍ୟୁରୋ: ପୁଣି ଅଶାନ୍ତ ପଦ୍ମକେଶରୀପୁର । ରାଜଧାନୀ ସ୍ଥିତ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏହି ଅଞ୍ଚଳରେ ହୋଇଛି ବୋମାମାଡ । ସୁଧ ଟଙ୍କା କାରବାରକୁ ନେଇ ଏହି ବୋମାମାଡ ହୋଇଥିବା ଜଣାପଡିଛି । ଗାଁର ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏବେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ସୁଧ ଟଙ୍କା ଆଦାୟ କରିବାକୁ ନେଇ ଏହି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଗତବର୍ଷ ଅକ୍ଟୋବରରେ ମଧ୍ୟ ସମାନ ଘଟଣା ଘଟିଥିଲା । ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ହିଂସା ଦେଖାଦେଇଥିଲା । ପରେ ପୋଲିସ ୭୭ଜଣ ପୁରୁଷ ଏବଂ ୫୦ ମହିଳାଙ୍କୁ ଗିରଫ କରିଥିଲା ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Padmakesharipur | Argus News