Pride of Odisha / ପୁରୁଷ ହୋଇ ବି ବୁଝୁଛନ୍ତି ମହିଳାଙ୍କ କଷ୍ଟ; ଅଟକାଇ ପାରିନି ଟାହି ଟାପରା
·2 months ago·3 min read

Key Points
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ସପ୍ତମ ଅଧ୍ୟାୟରେ ଆମେ ଭେଟିବା ସମାଜ ସେବାରୁ ପ୍ୟାଡ୍ମ୍ୟାନ ଅଫ୍ ଓଡ଼ିଶା ସାଜିଥିବା 'ହୃଦାନନ୍ଦ ପୃଷ୍ଟି'ଙ୍କୁ । ଯିଏ ଜଣେ ପୁରୁଷ ହୋଇ ମହିଳାଙ୍କ ମାସିକ ଧର୍ମ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
ମାସିକ ଧର୍ମ ବା ଋତୁସ୍ରାବ ଏକ ଶାରିରୀକ ପ୍ରକ୍ରିୟା । ଯେଉଁଥିରୁ ପ୍ରତ୍ୟେକଙ୍କ ଜନ୍ମ । କିନ୍ତୁ ଆଧୁନିକ ଦୁନିଆରେ ଆଜି ବି ମାସିକ ଋତୁସ୍ରାବକୁ ଅଣଦେଖା କରାଯାଏ । ପିରିୟଡ୍ସ ବେଳେ ଘରେ ଝିଅ, ମହିଳାଙ୍କୁ ପୂଜା ପାର୍ବଣରୁ ବାରଣ କରାଯାଉଛି । ଅଶୁଦ୍ଧର ଆଖ୍ୟା ଦିଆଯାଉଛି ।
ମାସିକ ଧର୍ମକୁ ନେଇ ସାଂସ୍କୃତିକ ଓ ଧାର୍ମିକ ମାନ୍ୟତାର ଦ୍ଵାହି ଦେଇ ଆମେ ମହିଳାମାନଙ୍କୁ ଦୂରେଇ ରଖୁଛେ । ଯଦିଓ ଋତୁସ୍ରାବ ସମୟରେ ବାରମ୍ବାର ଗୋଟିଏ କପଡ଼ାର ବ୍ୟବହାରରୁ ବାହାରି ଆମେ ସାନିଟାରି ନାପକିନ୍ ଯୁଗରେ ପହଞ୍ଚିଛେ । ତଥାପି ଗ୍ରାମ୍ୟ ବହୁଳ ଆମ ଦେଶ ଓ ରାଜ୍ୟରେ ଅନେକ ଗାଁ ଏବେ ବି ସାନିଟାରି ପ୍ଯାଡ୍ଠୁ ଦୂରରେ ।
ଏଥିସହ ପଢ଼ନ୍ତୁ: ସମାଜ ସେବାରେ ସମର୍ପିତ ଅଟୋ ଚାଳକ; କର୍କଟ ରୋଗୀଙ୍କ ମୁହଁରେ ଫୁଟାଉଛନ୍ତି ହସ
ତଥ୍ୟ କହୁଛି, ଏବେ ବି ଆମ ଦେଶର ୬୦ ପ୍ରତିଶତ ଝିଅ ସାନିଟାରି ପ୍ୟାଡ୍ ବ୍ୟବହାର କରିବାର ସୁଯୋଗ ପାଇନାହାନ୍ତି । ସେହିଭଳି ରାଷ୍ଟ୍ରୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ-୪ ଅନୁସାରେ, ଓଡ଼ିଶାରେ ମାତ୍ର ୩୩.୫ ପ୍ରତିଶତ ସାନିଟାରି ପ୍ୟାଡ୍ର ଉପଯୋଗ ହେଉଛି ।
ଏହା ଉପରେ ଆହୁରି ଜନସଚେତନତା ଆବଶ୍ୟକତା ରହିଛି । ଋତୁସ୍ରାବ ସମୟରେ ଅନେକ ଝିଅ ପଢ଼ିବାକୁ ଯାଉ ନାହାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସ୍କୁଲ୍ ଓ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ପାଇଁ ଅଧିକ ଶୌଚାଳୟ ସହ ସାନିଟାରି ପ୍ୟାଡ୍ର ଉପଲବ୍ଧତା ଜରୁରି ।
ଏହି ଅଭାବକୁ ଆବଶ୍ୟକତାରେ ପରିଣତ କରି ଗାଁ ଗାଁ ବୁଲୁଛନ୍ତି ଯାଜପୁରର ହୃଦାନନ୍ଦ ପୃଷ୍ଟି । କମ୍ ବୟସରୁ ସମାଜ ସେବାରେ ମନ ଦେଇଥିଲେ ହୃଦାନନ୍ଦ । ନିଜେ ପାଠ ପଢ଼ିବା ସହ ଅନ୍ୟମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ ।
ମହାମାରୀ କୋଭିଡ୍ ସମୟରେ ହୃଦାନନ୍ଦ ଗରିବଙ୍କୁ ରାସନ ବାଣ୍ଟିବା ସହ ଛୁଆଙ୍କୁ ଅନଲାଇନ୍ରେ ପାଠ ପଢ଼ାଇଥିଲେ । ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ହୃଦାନନ୍ଦ ନେଇଥିଲେ ପଦକ୍ଷେପ ।
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ସପ୍ତମ ଅଧ୍ୟାୟରେ ଆମେ ଭେଟିବା ସମାଜ ସେବାରୁ ପ୍ୟାଡ୍ମ୍ୟାନ ଅଫ୍ ଓଡ଼ିଶା ସାଜିଥିବା 'ହୃଦାନନ୍ଦ ପୃଷ୍ଟି'ଙ୍କୁ । ଯିଏ ଜଣେ ପୁରୁଷ ହୋଇ ମହିଳାଙ୍କ ମାସିକ ଧର୍ମ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି । ଲୋକଙ୍କୁ ସଚେତନ କରିବା ସହ ବାଣ୍ଟୁଛନ୍ତି ସାନିଟାରି ପ୍ୟାଡ୍ ।
ସମାଜ ସେବା ପାଇଁ ଶୈଶବରୁ ପ୍ରେରଣା ପାଇଥିଲେ ହୃଦାନନ୍ଦ । ପିଲାଦିନେ ଜେଜେମାଆ ନାତି ହୃଦାନନ୍ଦଙ୍କ ହାତ ଧରି ଗାଁ ଦାଣ୍ଡରେ ବୁଲନ୍ତି, ଲୋକଙ୍କୁ ସାହାଯ୍ୟ କରନ୍ତି । ଆଉ ପିଲାଦିନୁ ଜେଜେମାଆଙ୍କ ପରୋପକାରରେ ଅନୁପ୍ରାଣିତ ହୃଦାନନ୍ଦ ବଡ଼ ହେବା ପରେ ସେହି ରାସ୍ତାରେ ଯାଆନ୍ତି ।
ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ
ଏବେ ହୃଦାନନ୍ଦ ମହିଳାଙ୍କ ମାସିକ ଧର୍ମକୁ ନେଇ କେବଳ ସଚେତନତା କରୁନାହନ୍ତି ବରଂ ଋତୁସ୍ରାବ ସମୟରେ ବ୍ୟବହାର କରାଯାଉଥିବା ସାନିଟାରି ପ୍ୟାଡ୍ସ ବି ଘରେ ଘରେ ପହଞ୍ଚାଉଛନ୍ତି । ମହିଳାଙ୍କ ପାଇଁ ତିଆରି କରିଛନ୍ତି 'ହ୍ୟାପି କିଟ୍' । ଯାହାକୁ ନେଇ ସେ ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ଯେଉଁଥିପାଇଁ ଆଜି ସମସ୍ତେ ହୃଦାନନ୍ଦଙ୍କୁ କହୁଛନ୍ତି, 'The Padman of Odisha ।'
ହୃଦାନନ୍ଦ ପୃଷ୍ଟିଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories