Pride of Odisha / ସମାଜ ସେବାରେ ସମର୍ପିତ ଅଟୋ ଚାଳକ; କର୍କଟ ରୋଗୀଙ୍କ ମୁହଁରେ ଫୁଟାଉଛନ୍ତି ହସ
·2 months ago·2 min read

Key Points
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ପଞ୍ଚମ ଅଧ୍ୟାୟରେ ଆମେ ଭେଟିବା ଶବ ସତ୍କାରରୁ ନେଇ କ୍ୟାନସର ରୋଗୀଙ୍କ ଭରସା ସାଜିଥିବା 'ବିଭୂତି ରାୟ'ଙ୍କୁ ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
କର୍କଟ ବା କ୍ୟାନସର ଏମିତି ଏକ ବ୍ୟାଧି ଯାହା କେବଳ ରୋଗୀଙ୍କୁ କଷ୍ଟ ଦିଏ ନାହିଁ ବରଂ ପୁରା ପରିବାରକୁ ଅସ୍ତବ୍ୟସ୍ତ କରିଦିଏ । ଗୋଟିଏ ରୋଗ ପାଇଁ ସମଗ୍ର ପରିବାର, ଚାକିରି, କାମଧନ୍ଦା, ସଞ୍ଚିତ ଟଙ୍କା ସବୁକିଛି ସରିଯାଏ । ଆଉ ସେତେବେଳେ ଖୋଜା ପଡ଼େ କାହାର ସାହାରା ।
ଏଥିସହ ପଢ଼ନ୍ତୁ: ୨୫ ହଜାର ଭିନ୍ନକ୍ଷମଙ୍କୁ ମାଗଣାରେ ଲଗାଇଲେଣି କୃତ୍ରିମ ଅଙ୍ଗ
ଆଉ ଏମିତି ସମୟରେ ଅଚିହ୍ନା ଲୋକଙ୍କ ମସିହା ପାଲଟନ୍ତି ବିଭୂତି ରାୟ । ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ପଞ୍ଚମ ଅଧ୍ୟାୟରେ ଆମେ ଭେଟିବା ଶବ ସତ୍କାରରୁ ନେଇ କ୍ୟାନସର ରୋଗୀଙ୍କ ଭରସା ସାଜିଥିବା 'ବିଭୂତି ରାୟ'ଙ୍କୁ ।
କଟକରେ ଜନ୍ମିତ ବିଭୂତି ରାୟ । ଗରିବ ଘରେ ଜନ୍ମିତ ବିଭୂତି ପିଲାଦିନରୁ ଗରିବୀ ସହ ଡାକ୍ତରଖାନା ଓ ରୋଗୀଙ୍କ ସମସ୍ୟା ଦେଖି ବଢ଼ିଥିଲେ । ଆଉ କିଛି ଭାବିବା ପୂର୍ବରୁ ଲାଗି ପଡ଼ିଥିଲେ କଟକକୁ ଆସୁଥିବା ରୋଗୀଙ୍କ ସେବାରେ ।
ସମୟ କ୍ରମେ ବିଭୂତି ଅଟୋ ଚଲାନ୍ତି । ଆଉ ତାଙ୍କ ଅଟୋରେ ମାଗଣାରେ ଗରିବ କ୍ୟାନସର ଆକ୍ରାନ୍ତଙ୍କୁ ନେଇ ମେଡିକାଲ୍ ଛାଡ଼ନ୍ତି । ଧିରେ ଧିରେ ଏହି ସେବା ବନିଯାଏ ମିଶନ । ଆଜି ବିଭୂତି କଟକର ଛାତିରେ ଛିଡ଼ା କରିଛନ୍ତି କର୍କଟ ଆକ୍ରାନ୍ତଙ୍କ ପାଇଁ ୧୦ ଶଯ୍ୟା ବିଶିଷ୍ଟ ସେଣ୍ଟର ।
ଏଥିସହ ପଢ଼ନ୍ତୁ: ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ
ଯେଉଁଠି କର୍କଟ ଆକ୍ରାନ୍ତ ମାଗଣାରେ ରହିବା ସହ ଖାଦ୍ୟ ପାନୀୟ ପାଉଛନ୍ତି । ସେମାନଙ୍କ ପାଇଁ ଏକ ଆମ୍ବୁଲାନ୍ସ ସହ ଅଟୋ ବି ରହିଛି । ନିଜେ ବିଭୂତି କ୍ୟାନସର ପୀଡ଼ିତଙ୍କ ଦେଖାଶୁଣା କରିବା ସହ ଖାଦ୍ୟ ଖୁଆଇ ଦେଉଛନ୍ତି । ପରିବାର ସଦସ୍ୟଙ୍କ ଭଳି କ୍ୟାନସର ଆକ୍ରାନ୍ତଙ୍କୁ ଆପଣାଇଛନ୍ତି ।
ବିଭୂତି ରାୟଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories