Videos
|
Odisha

ବଡ ମେଡିକାଲରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

Smruti Parija
Browse all articles by Smruti Parija
·2 years ago·1 min read
ବଡ ମେଡିକାଲରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: କଟକ ଏସସିବି ବଡ ମେଡିକାଲରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଅପରାହ୍ନରେ ଏସସିବିର ସ୍ୱତନ୍ତ୍ର ALS ଆମ୍ବୁଲାନ୍ସ ସାହାଯ୍ୟରେ ନିଜ ଘର ଜୟପୁରକୁ ଗଲେ ପଦ୍ମଶ୍ରୀ କମଳା ପୂଜାରୀ । 

ସେ ଗତ 5 ତାରିଖରେ ଏସସିବି ନ୍ୟୁ ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ନ୍ୟୁ ମେଡିସିନ ବିଭାଗ ଆସିୟୁରେ ଥିବା ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କର ଚିକିତ୍ସା କରାଯାଉଥିଲା । କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବାରୁ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

ସୂଚନା ଅନୁଯାୟୀ, ତାଙ୍କର କିଡନୀ ଷ୍ଟୋନ ସହ ରକ୍ତଚାପ ଓ  ହିମୋଗ୍ଲୋବିନ୍ ପରିମାଣ କମ୍ ଥିଲା । ଏହାସହ ଛାତିରେ ସଂକ୍ରମଣ ମଧ୍ୟ ହୋଇଥିଲା । ଏବେ ପଦ୍ମଶ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ କୋରାପୁଟର ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ନିୟମିତ ବ୍ୟବଧାନରେ ପଦ୍ମଶ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
padmashree-kamala-pujari-discharged-from-scb-medical | Argus News