Pahala Loot Case / ୨୦ ଲକ୍ଷ ଟଙ୍କା ହଡ଼ପ ପାଇଁ ସାଙ୍ଘାତିକ ଷଡ଼ଯନ୍ତ୍ର, ନିଜ ସାଙ୍ଗ ରଚିଲା ଲୁଟ୍ ପ୍ଲାନ୍
·9 months ago·2 min read

Key Points
ସାଙ୍ଗ ସାଜିଲା ଶତ୍ରୁ
ଟଙ୍କା ହଡ଼ପ ପାଇଁ ସାଙ୍ଘାତିକ ଷଡ଼ଯନ୍ତ୍ର
୨୦ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପାହାଳ ଥାନା ପୋଲିସ

ଗତ ଗୁରୁବାର ପାାହାଳ ଥାନା ଅଞ୍ଚଳରେ ହୋଇଥିବା ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପାହାଳ ଥାନା ପୋଲିସ୍ । ବନ୍ଧାହେଲେ ଏହି ଘଟଣାର ୨ ଅଭିଯୁକ୍ତ ବବୁଲ ବେହେରା ଏବଂ ସରୋଜ ସୁତାର । ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।
ଅଭିଯୋଗକାରୀ ପ୍ରଭାତ କୁମାରଙ୍କ ସାଙ୍ଗ ହେଉଛନ୍ତି ଅଭିଯୁକ୍ତ ସରୋଜ ସୁତାର । ୨୪ ତାରିଖ ଦିନ ପ୍ରଭାତ ଅନ୍ୟ ଏକ ସାଙ୍ଗଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ଧାର ସୂତ୍ରରୁ ଆଣିଥିଲେ । ସେହି ସମୟରେ ପ୍ରଭାତଙ୍କ ସହ ସରୋଜ ଉପସ୍ଥିତ ଥିଲେ । ପରେ ସେହି ୨୦ ଲକ୍ଷ ଟଙ୍କା ଲୁଟ୍ ପାଇଁ ସରୋଜ ଅନ୍ୟ ସାଙ୍ଗମାନଙ୍କ ସହ ଯୋଜନା କରିଥିଲେ ।
ଆଉ ପାହାଳ ଥାନା ଜଲସା ବାର୍ ନିକଟରେ ଚା' ପିଇବା ବାହାନାରେ ସରୋଜ ଅଭିଯୋଗକାରୀ ପ୍ରଭାତଙ୍କୁ ଅଟକାଇଥିଲେ । ପୂର୍ବ ଯୋଜନା ମୁତାବକ ସେଠାରେ ଚା' ପିଉଥିବା ସମୟରେ ୨ଟି ଗାଡ଼ିରେ ଅଭିଯୁକ୍ତ ସରୋଜଙ୍କ ସାଙ୍ଗମାନେ ଆସିଥିଲେ । ଆଉ ୨୦ ଲକ୍ଷ ଟଙ୍କା ଲୁଟ୍ କରିବା ସହ ଅଭିଯୋଗକାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ସେହି ସମୟରେ ଅଭିଯୁକ୍ତ ସରୋଜ ମିଛ ନାଟକ କରିବା ସହ ଅଭିଯୋଗକାରୀଙ୍କ ସହ ଥାନାକୁ ଅଭିଯୋଗ କରିବାକୁ ମଧ୍ୟ ଆସିଥିଲେ । ଯାହାଫଳରେ ସରୋଜ ଉପରେ ପୋଲିସ୍ର ସନ୍ଦେହ ହୋଇନଥିଲା ।
ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଓ କଲ୍ ସିଡିଆର ଯାଞ୍ଚ ପରେ ସତ ସାମ୍ନାକୁ ଆସିଥିଲା । ଡକାୟତି ମାମଲା ରୁଜୁ କରି ପୋଲିସ୍ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଖଣ୍ଡା, KTM ବାଇକ୍ ଏବଂ ଲୁଟ ଟଙ୍କା ଜବତ ହୋଇଛି । ତେବେ ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ପ୍ରଭାତ କୁମାର ସାହୁଙ୍କ ଘର ବାଲେଶ୍ଵର ଜିଲ୍ଲା ସଦ ସଦର ଥାନା ଓଡଙ୍ଗୀ ଗାଁରେ । ବ୍ୟବସାୟ ପାଇଁ ତାଙ୍କର କିଛି ଟଙ୍କା ଆବଶ୍ୟକ ଥିଲା । ଏଥିପାଇଁ ସେ ତାଙ୍କ ଦୁଇ ସାଙ୍ଗ ସୁରେଶ ଓ ସରୋଜଙ୍କୁ ନେଇ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବରରୁ ପ୍ରଭାତ ତାଙ୍କ ସହଯୋଗୀଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇ ବାଲେଶ୍ବର ଫେରୁଥିଲେ । ଆଉ ଫେରିବା ବାଟରେ ସେମାନେ ପାହାଳ ଥାନାଠାରୁ କିଛି ଦୂରରେ କାର୍ ସାଇଡ୍ କରି ଚା' ପିଉଥିଲେ । ଠିକ୍ ଏହି ସମୟରେ ୨ଟି ବାଇକ୍ରେ ୫ ଜଣ ଅପରାଧୀ ସେମାନଙ୍କ ପାଖକୁ ଆସିଥିଲେ । ଆଉ ପ୍ରଭାତ, ସରୋଜ ଓ ସୁରୋଶ କିଛି ବୁଝିବା ଆଗରୁ ଅପରାଧୀମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆଉ ତାଙ୍କଠୁ କାର ଚାବି ନେଇ ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ନେଇ ଫେରାର୍ ହୋଇଯାଇଥିଲେ । ତେବେ ଲୁଟ୍ ବେଳେ ପ୍ରଭାତ ପ୍ରତିବାଦ କରିବାରୁ ଅପରାଧୀମାନେ ତାଙ୍କ ହାତକୁ ହାଣି ଦେଇଥିବା ସୂଚନା ମିଳିଥିଲା ।
Related Topics
Explore more stories