Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ପାହାଳ ଭୀମପୁରରେ ଚାଞ୍ଚଲ୍ୟ: ଘରୁ ଡାକି ନେଇ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ

Rashmita Mishra
Browse all articles by Rashmita Mishra
·1 month ago·2 min read
ପାହାଳ ଭୀମପୁରରେ ଚାଞ୍ଚଲ୍ୟ: ଘରୁ ଡାକି ନେଇ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ
Crime News

Key Points

ପାହାଳ ଭୀମପୁରରେ ଚାଞ୍ଚଲ୍ୟ
ଘରୁ ଡାକି ନେଇ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ
ଦୁଇ ବାଲି ମାଫିଆ ହତ୍ୟା କରିଥିବା ପରିବାର ଲୋକଙ୍କ ସଙ୍ଗୀନ ଆରୋପ
ମୃତ ପ୍ରଭାତଙ୍କୁ ତାଙ୍କ ମାଲିକ ନୃଶଂସ ହତ୍ୟା କରିଥିବା ଅଭିଯୋଗ

ପାହାଳ ଭୀମପୁରରେ ଚାଞ୍ଚଲ୍ୟ... ଘରୁ ଡାକି ନେଇ ଦୁଇ ବାଲି ମାଫିଆ ନିର୍ମମ ଭାବରେ ହତ୍ୟା କରିଥିବା ସଂଗିନ ଅଭିଯୋଗ ଆଣିଛନ୍ତି ପରିବାର । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନ ପ୍ରତିବାଦ କରିଥିଲେ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ପାଇଁ ଜୋରଦାର ଆନ୍ଦୋଳନ । ମୃତ ଦେହ କୁ ରାସ୍ତା ଉପରେ ରଖି ପ୍ରତିବାଦ । ଭୁବନେଶ୍ୱର ପାହାଳ ଥାନା ଭୀମପୁର କେନାଲ ପଠାରେ ପ୍ରଭାତ ବେହେରାଙ୍କ ମୃତ ଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଅନନ୍ତପୁର ଗ୍ରାମର ପ୍ରଭାତ ବେହେରାଙ୍କ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମୁଣ୍ଡ ଓ ମୁହଁରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି । ତାଙ୍କୁ ଅତି ନୃଶଂସ ଭାବରେ ପିଟି ପିଟି କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତଦେହ ପାଖରେ ଏକ ପ୍ଲାଷ୍ଟିକ ପାଇପ ଓ ଭଙ୍ଗା ମଦ ବୋତଲ ବି ଜବତ କରିଛି ପୋଲିସ । ତେବେ ହତ୍ୟାର କିଛି ଘଣ୍ଟା ଭିତରେ ସଂଗିନ ଅଭିଯୋଗ ଆଣିଛନ୍ତି ପ୍ରଭାତଙ୍କ ପରିବାର । ଘରୁ ଡାକି ନେଇ ତାଙ୍କ ମାଲିକ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରରେ ଆକ୍ସନ୍,ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ, ମୋନାଲିସା ଫେରାର

ପ୍ରଭାତ ବେହେରା ହତ୍ୟା ଘଟଣା ରେ ସାମନାକୁ ଆସିଲା ଅଭିଯୁକ୍ତ ମାନଙ୍କର ଫଟୋ I ଖଣ୍ଡା ଭୁଜାଲି ଧରି ଦୁଇ ଭାଇ କରୁଥିଲେ ରାଜୁତି । ରାତିରେ ଚୋରା ବାଲି ଚାଲାଣ କରୁଥିଲେ । ଯାହାଙ୍କ ପାଖରେ କାମ କରୁଥିଲା ମୃତ ପ୍ରଭାତ ବେହେରା । କାମ ଛାଡିବା ପାଇଁ ଧମକ ତାପରେ ଝଗଡ଼ା କାଳ ହେଲା ବୋଲି କୁହାଯାଉଛି ।

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାଲି ମାଫିଆ ଦେବାଶିଷ ପାତ୍ର ଓ ତାର ଭାଇ ପ୍ରୀତୀଶ ପାତ୍ରକୁ ଅଟକ ରଖି ଅଧିକ ପଚରା ଉଚରା କରଯାଉଛି । ଦୀର୍ଘ ବର୍ଷ ଧରି ଦେବାଶିଷ ପାତ୍ର ଓ ତାର ଭାଇ ପ୍ରୀତୀଶ ପାତ୍ର ପାଖରେ ରହି କାମ କରୁଥିଲା ପ୍ରଭାତ । ବାଲି ଉଠାଇବା ସହିତ ସମସ୍ତ ଗାଡି ମାନଙ୍କର ସବୁ କିଛି ଦାୟିତ୍ୱ ବୁଝା ବୁଝି କରୁଥିଲା ପ୍ରଭାତ I ପ୍ରଭାତ ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ଛାନଭିନ୍ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime News | Pahala Bhimpur Murder Case: Youth Allegedly Killed After Being Called From Home | Argus News