Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ପଖାଳ ଦିବସ, ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

Pakhala Dibas / ଆଜି ପଖାଳ ଦିବସ, ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·1 month ago·2 min read
ଆଜି ପଖାଳ ଦିବସ, ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Pakhala

Key Points

ଆଜି ପଖାଳ ଦିବସ
ହାଣ୍ଡିଶାଳରୁ ହୋଟେଲ୍ ସବୁଠି ପଖାଳ ପସରା
ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳିତ ହୋଇଆସୁଛି
ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ



ଆଜି ପଖାଳ ଦିବସ । ସବୁଠି ଜମିବ ପଖାଳର ଆସର । ୨୦୧୧ ମସିହାଠାରୁ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳିତ ହୋଇଆସୁଛି। ପୃଥିବୀର ବିଭିନ୍ନ ଦେଶରେ ଓଡ଼ିଆମାନେ ଓ ଅନ୍ୟ ଜନସମାଜ ଏହାକୁ ପାଳନ କରୁଛନ୍ତି। ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପଖାଳ ଦିବସରେ ନିଜକୁ ସାମିଲ କରୁଛନ୍ତି ।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଧନୀ ହେଉ କି ଗରିବ ପଖାଳ ଦିବସକୁ ପାଳନ କରିବା ପାଇଁ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି । ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ପ୍ରସ୍ତୁତି ହେଉଥିଲେ ଆଜି ଦିନରେ ପଖାଳର ସ୍ବତନ୍ତ୍ର ଆୟୋଜନ ହୋଇଥାଏ । ସହରର ପାନ୍ଥନିବାସ ଠାରୁ ଆରମ୍ଭ କରି ସହରର ବଡ଼ ହୋ‌‌ଟେଲରେ ବିଭିନ୍ନ ପଖାଳ ଦିବସ ପାଳନ ହେବାକୁ ଯାଉଛି । କେବଳ ହୋଟେଲ, ରେସ୍ତୋରାଁ ନୁହେଁ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେବାକୁ ଯାଉଛି ।

ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ, ଝାଡ଼ଖଣ୍ଡ, ଆସାମର ବହୁ ଲୋକ ପଖାଳ ଖାଇବାକୁ ଭଲ ପାଆନ୍ତି । ସୁଦୂର ୟୁରୋପ, ଆମେରିକା, ଆଫ୍ରିକା ପ୍ରଭୃତି ମହାଦେଶରେ ଓଡ଼ିଆମାନେ ପଖାଳ ଖାଇ ତା’ର ପ୍ରସିଦ୍ଧିକୁ ବିଶ୍ବବ୍ୟାପୀ କରାଇଲେଣି । ଭାତ ରନ୍ଧା ହୋଇ ସାରିଲାପରେ ସେଥିରେ ପାଣି ମିଶାଇ ଗ୍ରହଣ କଲେ, ତାହାକୁ ସଜ ପଖାଳ କୁହାଯାଏ | ସେହି ପାଣି ମିଶା ଭାତକୁ ପରଦିନ ଗ୍ରହଣ କଲେ ତାହା ଅଧିକ ଅମ୍ଳଯୁକ୍ତ ହୋଇଥାଏ। ତାହାକୁ ବାସି ପଖାଳ କୁହାଯାଏ । ପଖାଳ ସହ ବିଭିନ୍ନ ଖାଦ୍ୟ ଦ୍ରବ୍ୟକୁ ମିଶ୍ରଣ କରି ଜିରା ପଖାଳ, ଦହିପଖାଳ, ଚାଇଁ ପଖାଳ, ପାଣି ପଖାଳ, ଅଦା ପଖାଳ, ସୁଗନ୍ଧି ବା ସୁବାସ ପଖାଳ, ଚିପୁଡ଼ା ପଖାଳ, ମିଠା ପଖାଳ, ଟଭା ପଖାଳ, ଘିଅ ପଖାଳ, ମଲ୍ଲୀଫୁଲ ପଖାଳ, ମେଥି ପଖାଳ ପ୍ରସ୍ତୁତ କରାଯାଇଥାଏ।

ଓଡ଼ିଶାରେ ର ଯେତେପ୍ରକାର ପଖାଳ ପ୍ରସ୍ତୁତ କରାଯାଇଥାଏ ତ ତାହା ଅନ୍ୟତ୍ର ଦେଖାଯାଏ ନାହିଁ। ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥ ଥଙ୍କର ଅତି ପ୍ରିୟ ଆହାରା ପଖାଳ ଭଳି ସ୍ବାସ୍ଥ୍ୟପ୍ରଦ ପ୍ରଦ ବ୍ୟଞ୍ଜନକୁ ମହାପ୍ରସାଦ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇ, ଛପନ ଭୋଗର ମହାତ୍ମ୍ୟ ଓ ଲୋକହିତକାରୀ ଭାବର ପ୍ରତିଷ୍ଠାକୁ ବହୁଗୁଣିତ କରାଯାଇଛି।

AIIMS ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ, ସ୍ପଷ୍ଟ କରାଯାଇଥିଲା କି, ଯେଉଁମାନେ ପ୍ରତିଦିନ ପଖାଳ କିମ୍ବା ତୋରାଣି ପିଅନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ବଢେ । ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍‌ର ପ୍ରଦାହରୋଧୀ ବା ଆଣ୍ଟି-ଇନ୍‌ଫ୍ଲେମାଟୋରୀ ଗୁଣ ରହିଛି । ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍‌ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ । ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ ।

ଏଥିସହ ପଢ଼ନ୍ତୁ: ଆଜି ବିଶ୍ୱ ପଖାଳ ଦିବସ, ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୈବେଦ୍ୟରୁ ଜନସାଧାରଣଙ୍କ ସଞ୍ଜୀବନୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakhala Dibas | Pakhala Dibas | Pakhala Divas 2026: Celebration of Odisha’s Traditional Pakhala Festival | Argus News