Pakhala Dibasa / ଆଜି ବିଶ୍ୱ ପଖାଳ ଦିବସ, ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୈବେଦ୍ୟରୁ ଜନସାଧାରଣଙ୍କ ସଞ୍ଜୀବନୀ
·5 months ago·3 min read

Key Points
ଓଡ଼ିଆଙ୍କ ପ୍ରାଣ ପଖାଳ
ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୈବେଦ୍ୟରୁ ଜନସାଧାରଣଙ୍କ ସଞ୍ଜୀବନୀ
ଆଜି 'ବିଶ୍ୱ ପଖାଳ ଦିବସ'

ଆଜି ମାର୍ଚ୍ଚ ୨୦, ବିଶ୍ୱ ପଖାଳ ଦିବସ । ଓଡ଼ିଆ ଜାତିର ସ୍ୱାଦ, ପରିଚୟ ଏବଂ ଆବେଗ ହେଉଛି ପଖାଳ । କଂସାଏ ପଖାଳ ସାଙ୍ଗକୁ ବଡ଼ିଚୁରା, ଶାଗ ଭଜା ଆଉ କଞ୍ଚା ଲଙ୍କା ଟିକେ ମିଳିଗଲେ ଓଡ଼ିଆଙ୍କ ପାଇଁ ଛପନ ପଉଟିର ସ୍ୱାଦ ମଧ୍ୟ ଫିକା ପଡ଼ିଯାଏ । ଖାଲି ସାଧାରଣ ଓଡ଼ିଆ ନୁହେଁ, ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ଅତି ପ୍ରିୟ ହେଉଛି ପଖାଳ । ଆଜିର ଏହି ସ୍ୱତନ୍ତ୍ର ଦିବସରେ ଶ୍ରୀକ୍ଷେତ୍ରରୁ ନେଇ ରାଜଧାନୀ ଯାଏଁ ସବୁଠି ପଖାଳର ମହକ ।
ମାନବୀୟ ଉପଚାରର ଦେବତା ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ । ଶ୍ରୀମନ୍ଦିରରେ କେଉଁ ଆବାହମାନ କାଳରୁ ପଖାଳ ଭୋଗର ପରମ୍ପରା ରହିଆସିଛି । ମହାପ୍ରଭୁଙ୍କ ପାଖରେ ଦୈନିକ ବଲ୍ଲଭ ଭୋଗ ଠାରୁ ବଡ଼ସିଂହାର ଭୋଗ ଭିତରେ ତିନିଥର ଦହିପଖାଳ ଭୋଗ ହୋଇଥାଏ । ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାରରେ ପଖାଳ ଭୋଗ ଲାଗି ହୋଇଥାଏ । ତେବେ ଏହି ପ୍ରସ୍ତୁତି ଅତି ନିଆରା । କୋଠ ଭୋଗ ସୁଆର ଅନ୍ନ ରାନ୍ଧିବା ପରେ ସେଥିରେ ଦହି, ଜିରା, ଅଦା, ଲୁଣ, ଶର୍କରା ଓ ଗୁଆଘିଅ ମିଶାଇ ଏହି 'ଘିଅ ପଖାଳ' ପ୍ରସ୍ତୁତ କରାଯାଏ । ଖାଲି କାଳିଆ ଠାକୁର କାହିଁକି ଜଗତଜନନୀ ମା' ମହାଲକ୍ଷ୍ମୀଙ୍କ ପାଖରେ ମଧ୍ୟ ଭୋଗ ହୁଏ ପଖାଳ । ମାର୍ଗଶୀର ମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।
ପଖାଳକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଅମରେଶ ଦାସ ୨୦୦୯ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କ ସହ ମିଶି ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟକୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଆଜିର ଦିନରେ ଭୁବନେଶ୍ଵରରେ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି ପଖାଳ ଦିବସ । ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆମିଷ ଓ ନିରାମିଷର ୧୨ ରୁ୧୫ ପ୍ରକାରର ଖାଦ୍ୟ ପରସାଜିବ । ପଖାଳ ସାଙ୍ଗକୁ ନିରାମିଷରେ ସାଗ, ବଡି ଚୁରା, ଆଳୁ ଭଜା, ଆଳୁ ଭର୍ତା, ବାଇଗଣ ପୋଡ଼ା ରହିଥିବା ବେଳେ ନନଭେଜ ପଖାଳ ସାଙ୍ଗରେ ମାଛ ଭଜା, ଚିକେନ କସା ଓ ମଟନ ପୋଡା, ଚିଙ୍ଗୁଡ଼ି ଛେଚା ପରସା ଯିବ। ଭେଜ୍ ପଖାଳ ଥାଳି ଦାମ ୭୯୯ ରହିଥିବା ବେଳେ ନଂଭେଜ୍ ପଖାଳ ଥାଳି ୯୯୯ ଟଙ୍କା ରହିଛି ।
ଯେଉଁଠି ହୋଟେଲ ଓ ରେଷ୍ଟୁରାଣ୍ଟରେ ୭୯୯ରୁ ୯୯୯ ଟଙ୍କାର ପଖାଳ ଥାଳି ବିକ୍ରି ହେଉଛି, ସେଠି ଶ୍ରମିକ ଶ୍ରେଣୀର ଭାଇମାନଙ୍କ ପାଇଁ ପ୍ରତିଦିନ ହେଉଛି ପଖାଳ ଦିବସ । ସେମାନଙ୍କ ପାଇଁ ପଖାଳ ହେଉଛି ସଂଘର୍ଷର ଶକ୍ତି । ଲୁଣ, ପିଆଜ ଆଉ ଆଳୁ ପୋଡ଼ା ଟିକେ ମିଳିଗଲେ ସେମାନେ ଖରାରେ କାମ କରିବାକୁ ବଳ ପାଆନ୍ତି ।ସେମାନଙ୍କ ପାଇଁ ପଖାଳ ହେଉଛି ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଡାକ୍ତର କୁହନ୍ତି ବାସି ପଖାଳରୁ ପୋଷଣ ସହ ଅନେକ ଔଷଧୀୟ ଗୁଣ ରହିଥିବା ବେଳେ ଚାଇଁ ପଖାଳ ଖାଇଲେ କୋଷ୍ଠ କାଠିନ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ରୋଗ ଦୂର ହୋଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପଟେ ଫାଇବ ଷ୍ଟାର ହୋଟେଲରେ 'ଆମିଷ ପଖାଳ'ର ସମ୍ଭାର, ଅନ୍ୟପଟେ ଶ୍ରୀମନ୍ଦିରର ପବିତ୍ର 'ଟଙ୍କ ତୋରାଣି' ଓ ଶ୍ରମିକର କଂସାଏ 'ପାଣି ପଖାଳ'। ଏସବୁକୁ ନେଇ ଆଜି ଓଡ଼ିଆ ଗର୍ବର ସହ କହୁଛି- "ମୁଁ ଓଡ଼ିଆ, ମୋ ଖାଦ୍ୟ ଭାରି ବଢ଼ିଆ ।" ଆଜି ମଧ୍ୟ ବିଶ୍ବ ରେକର୍ଡ କରିବ ଓଡ଼ିଆଙ୍କ ପଖାଳ ଦିବସ । ଓଟିଡିସି ପକ୍ଷରୁ ଗୋଟିଏ ପାତ୍ରରେ ରୋଷେଇ ଓ ପରସା ଯିବ ୮୦୦ କେଜି ରେ ପଖାଳ ଭାତ । ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ରହିବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ, ଜାଣନ୍ତୁ ଓଡ଼ିଶାର ଗୌରବମୟ ଇତିହାସ

Related Topics
Explore more stories