Videos
|
Odisha

Pakhala Bhata Festival / ପଖାଳ ଦିବସରେ ପଖାଳ ଖାଇବେ ମହାପ୍ରଭୁ

Bikash Mohanty
Browse all articles by Bikash Mohanty
·5 months ago·2 min read
ପଖାଳ ଦିବସରେ ପଖାଳ ଖାଇବେ ମହାପ୍ରଭୁ
Pakhala

Key Points

ଆଜି ପଖାଳ ଦିବସ, ପଖାଳ ଖାଇବେ ମହାପ୍ରଭୁ, ମହାପ୍ରଭୁଙ୍କୁ ଲାଗି ହୁଏ ମିଠା ଓ ଘିଅ ପଖାଳ
ଆଜି ପଖାଳ ଦିବସ । ସବୁଠି ଜମିବ ପଖାଳର ଆସର । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ । ରୋଷଘରେ ଅଛି ୩ ପଖାଳ କୁଣ୍ଡ। ମହାପ୍ରଭୁଙ୍କୁ ଲାଗି ହୁଏ ମିଠା ଓ ଘିଅ ପଖାଳ।

ମହାପ୍ରଭୁ ପ୍ରତିଦିନ ତିନି ବେଳା ପଖାଳ ଖାଆନ୍ତି। ବରିଷ୍ଠ ତୁଣ ସୁଆର ସେବକଙ୍କ କହିବା ମୁତାବକ, ଦ୍ଵିପ୍ରହର ଧୂପରେ ୯ ଓଳି ସୁବାସିତ ପଖାଳ ଭୋଗ ଭାଗ ହୁଏ | ମଲ୍ଲୀ ଓ ଜୁଇ ଭଳି ଫୁଲକୁ ପାଣିରେ ପକାଇ ରଖାଯାଏ। ଉକ୍ତ ପାଣିରୁ ଫୁଲକୁ ଛାଣି ସେଥିରେ ପଖାଳ ପ୍ରସ୍ତୁତ କରାଯାଏ। ସନ୍ଧ୍ୟା ଧୂପରେ ଦହି ପଖାଳ ଭୋଗ ହୁଏ । ଦହି, ଜିରା, ଅଦା, ଲୁଣ ଆଦିରେ ପ୍ରସ୍ତୁତ ୩୦ ଓଳି ଦହି ପଖାଳ ଭୋଗ କରାଯାଏ। ସେହିଭଳି ବଡ଼ସିଂହାର ପୂର୍ବରୁ ଅର୍ଥାତ ମହାପ୍ରଭୁ ଶୟନ ପୂର୍ବରୁ ମିଠା ପଖାଳ ଖାଆନ୍ତି। ଦହି, ଚିନି, ଲୁଣ ଓ ଜିରାରେ ୧୦ ଓଳି ମିଠା ପଖାଳ ପ୍ରସ୍ତୁତ କରି ଭୋଗ କରାଯାଏ।

ଏହାବ୍ୟତୀତ ଅକ୍ଷୟ ତୃତୀୟା ପରଦିନଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ଯାତ ଭୋଗରେ ପିଠା ପଣା ସହ ପଖାଳ ଭୋଗ ହୁଏ । ମକର ସଂକ୍ରାନ୍ତିରେ ମଧ୍ୟ ସ୍ବତନ୍ତ୍ର ପଖାଳ ଭୋଗ ହୁଏ । ମହାପ୍ରଭରଥରେ ଆସି ଗୁଣ୍ଡିଚ ଣ୍ଡିଚା ଘର ବେଳେ ମଧ୍ୟ ଅଧିକ ପଖାଳ Iଳ ଭୋଗ କରାଯାଏ ବୋଲି ସେ କହିଛନ୍ତି ମହାପ୍ରଭୁ ହେଉଛନ୍ତି ବଡ଼ଖିଆ ସାଆନ୍ତ । ଏନେଇ ପୁରୀ ବୋଲିରେ ଏକ ଲୋକପ୍ରିୟ ଢେଗ ହେଉଛି ‘ପଖାଳ ଭିତରେ ଘି.. ତୋ ବୋପା ଖାଇଥିଲେ କି? ଯଦିଓ କୌଣସି ଖାଦ୍ୟକୁ ବାରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏଭଳି ତାଚ୍ଛଲ୍ୟଭ ଭରା ଢଗ କୁହାଯାଏ, କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକମାତ୍ର ଦେବତା ଯିଏ ମିଠା ପଖାଳ ଖାଇ ନିଦ୍ରା ଯାଆନ୍ତି।

ଶ୍ରୀମନ୍ଦିରରେ ଥିବା ବଳି ପାତାଳ ମନ୍ଦିର ବା ପାତାଳେଶ୍ଵର ମନ୍ଦିରରେ ଥିବା ଏକ ଶିଳାଲେଖରେ ଦ୍ବାଦଶ ଶତାବ୍ଦୀରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହେବା ସଂପର୍କିତ ତଥ୍ୟ ଉଲ୍ଲେଖ ଅଛି। ଗଙ୍ଗବଂଶ ରାଜତ୍ୱ ସମୟରେ ପାଢ଼ୀ ସାଂଜ୍ଞାଧାରୀ ଜଣେ ସେବାୟତଙ୍କ ମାର୍ଫିତରେ ଦହି, ଚାଉଳ ଆଦି ପଖାଳ ପାଇଁ ଆବଶ୍ୟକୀୟ ଦ୍ରବ୍ୟ ଖଞ୍ଜା ଯାଉଥିଲା ବୋଲି ଶିଳାଲେଖରେ ବର୍ଣ୍ଣନା ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: