Bhubaneswar Traffic / ପଳାଶୁଣୀରେ ନିର୍ମାଣ ହେବ ନୂଆ ବ୍ରିଜ୍, ୪ ଲେନ୍ ରାସ୍ତା ହେବ ୬ ଲେନ୍
·4 months ago·2 min read

Key Points
ଟ୍ରାଫିକ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି
ପଳାଶୁଣୀରେ ନିର୍ମାଣ ହେବ ନୂଆ ବ୍ରିଜ୍
୪ ଲେନ୍ ରାସ୍ତା ହେବ ୬ ଲେନ୍
ପଳାଶୁଣୀରେ ନିର୍ମାଣ ହେବ ନୂଆ ବ୍ରିଜ୍
୪ ଲେନ୍ ରାସ୍ତା ହେବ ୬ ଲେନ୍
ଏଣିକି ପଳାଶୁଣୀରୁ ହଂସପାଳ ମଧ୍ୟରେ ଲାଗୁଥିବା ଭୟଙ୍କର ଟ୍ରାଫିକ୍ ଜାମ୍ରୁ ମିଳିବ ମୁକ୍ତି । ରାଜଧାନୀରେ ପ୍ରଥମ ଥର ପାଇଁ ନିର୍ମାଣ ହେବ ୫୦୦ ମିଟର ଲମ୍ବର ସ୍କାଇୱାକ୍ । ଏହାସହ ପଳାଶୁଣୀରେ ତିଆରି ହେବ ନୂଆ ବ୍ରିଜ୍ ଏବଂ ୪ ଲେନ୍ ରାସ୍ତା ହେବ ୬ ଲେନ୍ । ପଥଚାରୀଙ୍କ ସୁରକ୍ଷା ଓ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ NHAI ନେଇଛି ବଡ଼ ପଦକ୍ଷେପ ।
ପଳାଶୁଣୀରୁ ହଂସପାଳ । ଏହି ରାସ୍ତା ଦେଇ କଟକ-ଭୁବନେଶ୍ୱର ଯାଉଥିବା ଲୋକଙ୍କ ପାଇଁ ଟ୍ରାଫିକ୍ ଜାମ୍ ଏକ ଦୈନନ୍ଦିନ ସମସ୍ୟା । ବିଶେଷ କରି ପିକ୍ ଆୱାରରେ ଲମ୍ବା ଗାଡ଼ିର ଲାଇନ୍ ଲୋକଙ୍କୁ ଅଣନିଶ୍ୱାସୀ କରୁଛି । ଏହାର ସ୍ଥାୟୀ ସମାଧାନ ପାଇଁ NHAI ଏବେ ଅଣ୍ଟା ଭିଡ଼ିଛି । ଖୁବଶୀଘ୍ର ପଳାଶୁଣୀରେ ଏକ ନୂଆ ବ୍ରିଜ୍ ସହ ରାସ୍ତା ପ୍ରଶସ୍ତିକରଣ କାମ ହେବାକୁ ଯାଉଛି । ବର୍ତ୍ତମାନର ୪ ଲେନ୍ ରାସ୍ତାକୁ ୬ ଲେନ୍କୁ ସମ୍ପ୍ରସାରଣ କରାଯିବ । ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପକୁ ଆସନ୍ତା ଦେଢ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଖାଲି ସେତିକି ନୁହେଁ ପଳାଶୁଣୀରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ୫୦୦ ମିଟର ଲମ୍ବର ଏକ ଆଧୁନିକ ସ୍କାଇୱାକ୍ । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସ୍କାଇୱାକ୍ ଭୁବନେଶ୍ୱରର ପ୍ରଥମ । ଏହା ଦ୍ବାରା ଲୋକମାନେ ଆଉ ହାଇୱେରେ ବିପଦପୂର୍ଣ୍ଣ ଭାବେ ଚାଲିବେ ନାହିଁ । ଫଳରେ ଦୁର୍ଘଟଣା ସଂଖ୍ୟା କମିବା ସହ ସଡ଼କ ସୁରକ୍ଷା ବୃଦ୍ଧି ପାଇବ । ତେବେ ଏହି ପ୍ରକଳ୍ପ ସରିବା ପରେ ରାଜଧାନୀବାସୀଙ୍କୁ କେତେ ଆଶ୍ୱସ୍ତି ମିଳୁଛି, ତାହା ଦେଖିବାକୁ ବାକି ରହିଲା ।
ପଢନ୍ତୁ ଏହି ଖବର: ସପିଂରୁ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି; ୯୦୫ ଷ୍ଟଲ୍ ସହ ଆରମ୍ଭ ହେଲା ବଡ଼ ମେଳା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories