Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରଜପାତ ରୋକିବ ତାଳ ଗଛ, ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରୟାସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବ୍ରଜପାତ ରୋକିବ ତାଳ ଗଛ, ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରୟାସ

ଅର୍ଗସ ବ୍ୟୁରୋ:  ବ୍ରଜପାତ ରୋକିବ ତାଳ ଗଛ l ଏଥିପାଇଁ ବୌଦ୍ଧ ବନ ବିଭାଗ ଆରମ୍ଭ କରିଛି ସ୍ବତନ୍ତ୍ର ପ୍ରୟାସ  l ଜିଲ୍ଲାର ବିଭିନ୍ନ ରେଞ୍ଜ ଅଂଚଳରେ ଚାଲିଛି ତାଳ ଗଛ ରୋପଣ l ରାଜ୍ୟରେ ବଢୁଥିବା ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ତାଳ ଗଛ ରୋପଣ କରିବାକୁ ନିଷ୍ପତି ନେଇଥିଲେ l ସେହି କ୍ରମରେ ବୌଦ୍ଧ ଜିଲ୍ଲାର ପାଞ୍ଚ ଗୋଟି ରେଞ୍ଜ ଅଂଚଳରେ ବନ ବିଭାଗ 53 ହଜାର ତାଳଗଛ ରୋପଣ କରିବ l ଏଥିପାଇଁ ବର୍ତମାନ ମଞ୍ଜି ସଂଗ୍ରହ କରିବା ସହ କେତେକ ଅଂଚଳରେ ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି l ସେହିପରି ନିଜ ବାଡ଼ିରେ ତାଳ ଗଛ ଥିଲେ ଜଙ୍ଗଲ ବିଭାଗର ବିନା ଅନୁମତିରେ ତାଳ ଗଛ କାଟି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଦିନ ଥିଲା ଗ୍ରାମାଞ୍ଚଳରେ ଅନେକ ତାଳ ଗଛ ଥିଲା l ହେଲେ ଦିନକୁ ଦିନ ତାଳଗଛ ସଂଖ୍ୟା କମି କମି ଯିବାରୁ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି l  ବିଶେଷ କରି ଚାଷ ଜମିରେ କାମ କରୁଥିବା ଶ୍ରମିକମାନେ ଅଧିକ ମରୁଛନ୍ତି l ତାଳଗଛ ରହିଲେ ଏହି ମୃତ୍ୟୁ ସଂଖ୍ୟା କମିପାରିବ କହିବା ସହ ତାଳ ଗଛ ଲଗାଇବା ଉପରେ ବ୍ୟାପକ ସଚେତନତା ହେବା ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧିଜୀବୀ l ଅନ୍ୟପଟେ ଜିଲ୍ଲାର ବିଭିନ୍ନ ରେଞ୍ଜରେ ତାଳ ମଞ୍ଜି ସଂଗ୍ରହ କରି ରୋପଣ ପ୍ରକ୍ରିୟା ଶେଷ ପର୍ଯ୍ୟାରେ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ବଜ୍ରପାତ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Palm trees to prevent storm, special efforts have been started | Argus News