ଆଜି ମହା ବିଷୁବ ସଂକ୍ରାନ୍ତି, ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ
·2 years ago

ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମଧ୍ୟ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି । ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ଓଡ଼ିଆ ଘରେ ପଣା ଭୋଗ ପରଂପରା ରହିଛି ।
ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି ଏହି ଦିନଟିକୁ। କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତି ଦିନ ଝାମୁ ଯାତ୍ରା ପାଳନ କରାଯାଉଅଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
