Panchayat Election / ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହେଲାଣି ଅଙ୍କକଷା, ବିଜେଡି ଛାଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ବ୍ଲକ ଅଧ୍ୟକ୍ଷ, ବିଜେପିରେ ସାମିଲ ହେଉଛନ୍ତି ଅନେକ ବ୍ଲକ ଅଧ୍ୟକ୍ଷ
·7 months ago·2 min read

Key Points
ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହେଲାଣି ଅଙ୍କକଷା
ବିଜେଡି ଛାଡ଼ୁଛନ୍ତି ଗୋଟିଏ ଗୋଟିଏ ବ୍ଲକ ଅଧ୍ୟକ୍ଷ
ବିଜେପିରେ ସାମିଲ ହେଉଛନ୍ତି ଅନେକ ବ୍ଲକ ଅଧ୍ୟକ୍ଷ

ଓଡ଼ିଶା ଖବର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେଥିପାଇଁ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ତିନି ଦଳର ଯୁକ୍ତି, ପଞ୍ଚାୟତ ନିର୍ବାଚନରେ ଆମେ ଅଧିକ ସିଟ୍ରେ ଜିତିବୁ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତରେ ମଧ୍ୟ ଲୋକେ ଆମକୁ ଆଶୀର୍ବାଦ କରିବେ। ବୁଥ ସ୍ତରରେ କର୍ମୀମାନେ ପରିଶ୍ରମ କରୁଛନ୍ତି। ଯେଉଁଠି ଦୋଷ ଦୁର୍ବଳତା ଅଛି, ତାକୁ ଦୂର କରୁଛୁ। ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରାଯାଉଛି। ରାଯାଉଛି। ଆଜି ଆସ୍କା, ବ୍ରହ୍ମପୁର, ଜଗତସିଂପୁର ଏବଂ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ଏବଂ ଛାମୁଆ ନେତାଙ୍କ ସହ ଆଲୋଚନା କରାଯାଇଛି। ଆଗକୁ ମଧ୍ୟ ଅନ୍ୟ ସ୍ଥାନରେ କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ ପ୍ରସ୍ତୁତ ଅଛି। ଲୋକେ ସାଧାରଣ ନିର୍ବାଚନ ଭଳି ପଞ୍ଚାୟତରେ ମଧ୍ୟ ବିଜେପିକୁ ଆଶୀର୍ବାଦ କରିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ଦାବି କରିଛନ୍ତି।
ଅପରପକ୍ଷେ ମୁଖ୍ୟ ବିରୋଧୀ ଦଳ ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ବିଜେପି ଯେଉଁ ପ୍ରସ୍ତୁତି କରୁଛି, ତାହା ମରାମତି ଚାଲିଛି। ଚାଷୀ ସମସ୍ୟା ନେଇ ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେଉଛି। ଆଇନଶୃଙ୍ଖଳା ନାହିଁ। ଗଣଧର୍ଷଣ ଓ ହତ୍ୟା ହୃଦୟ ବିଦାରକ। ଏହାକୁ ନେଇ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି ଅରୁଣ ସାହୁ କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ କେ. ଆପଲା ସ୍ୱାମୀ କହିଛନ୍ତି, ଏବେ ପଞ୍ଚାୟତରେ ଆଉ ପଦ୍ମ ଫୁଟିବନି କି ଶଙ୍ଖ ବାଜିବନି ବନି। କେବଳ ହାତ ଆସିବ। ବିଶେଷ ବିଶେଷକରି ଦକ୍ଷି ଦକ୍ଷିଣ ଓଡ଼ିଶାରେ ର ୪ଟି ଜିଲ୍ଲାରେ କଂଗ୍ରେ ଗ୍ରେସ ବହୁ ମତରେ ବିଜୟ ଲାଭ କରିବ। ସରକାର ଚାଷୀଙ୍କୁ କଥା ଦେଇଥିଲେ, ପ୍ରତିଶ୍ରୁତି ପୂରଣ କଲେନି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢ଼ନ୍ତୁ ଏହି ଖବର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି; ସାଂସଦ, ବିଧାୟକଙ୍କୁ ଦିଆଗଲା ସ୍ୱତନ୍ତ୍ର ଟ୍ୟାକ୍ସ
ସେପଟେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ମିଶ୍ରଣ ପର୍ବ। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ ସରୋଜିନୀ ତରାଇ ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ପୂର୍ବତନ ସମିତି ସଭ୍ୟ ବିଜୟ ତରାଇ ମଧ୍ୟ ବିଜେପିରେ ମିଶିଛନ୍ତି । ବିରିଡ଼ି ବ୍ଲକର ଅଧ୍ୟକ୍ଷ ମମତା ପାତ୍ର ବିଜେପିରେ ମିଶିଛନ୍ତି । ଏହାସହ ତିର୍ତ୍ତୋଲ ନିର୍ବାଚନରେ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦ, ପୂର୍ବତନ ସମିତି ସଭ୍ୟଙ୍କ ସମେତ ଶତାଧିକ କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି

Related Topics
Explore more stories