ଭତ୍ତା ଟଙ୍କା ହଡ଼ପ କରିବା ପଡିଲା ମହଙ୍ଗା

ଅର୍ଗସ ବ୍ୟୁରୋ: ଭତ୍ତା ଟଙ୍କା ହଡ଼ପ କରିବା ପଡିଲା ମହଙ୍ଗା। ୱାର୍ଡ ମେମ୍ବରଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରାତି ସାରା ତାଲା ମାରି ଅଟକ ରଖିଲେ ୱାର୍ଡ ମେମ୍ବର । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା।ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଭାଗବତ ବିଶ୍ୱାଳ ୱାର୍ଡ ମେମ୍ବରଙ୍କ ଦୀର୍ଘ ୭ ମାସର ଭତ୍ତା ଜାଗାରେ ମାତ୍ର ୫ ମାସର ଭତ୍ତା ଦେଇ ଅବଶିଷ୍ଟ ୨ ମାସର ଭତ୍ତା ଟଙ୍କା ଦେଇନଥିଲେ ।
ଯାହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ତେବେ ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସରପଞ୍ଚଙ୍କ ଷ୍ଟ୍ରାଇକ ପାଇଁ ମିଟିଂ ହୋଇ ନଥିବାରୁ ୱ୍ବାର୍ଡ ମେମ୍ବର ମାନଙ୍କ ଭତ୍ତା ଦିଆଯିବ ନାହିଁ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: