Odia Religious Festival / ଦୋଳିରେ ଝୁଲୁଛନ୍ତି ରାଇଦାମୋଦର, ଦହି-କୋଳି ବିକୁଛନ୍ତି ହବିଷ୍ୟାଳି… ଏହି ଗାଁରେ କାର୍ତ୍ତିକ ବ୍ରତର ନିଆରା ପରମ୍ପରା
·26 mins ago·2 min read

Key Points
କାର୍ତ୍ତିକ ମାସର ଆଧ୍ୟାତ୍ମିକ ମାହୋଲରେ ଗାଁଠୁ ସହର ସବୁଠି ଶୁଭୁଛି ହରିନାମ ସଂକୀର୍ତ୍ତ
କାର୍ତ୍ତିକ ମାସର ଆଧ୍ୟାତ୍ମିକ ମାହୋଲରେ ଗାଁଠୁ ସହର ସବୁଠି ଶୁଭୁଛି ହରିନାମ ସଂକୀର୍ତ୍ତନ । ମନ୍ଦିର ପ୍ରାଙ୍ଗଣରୁ ବୃନ୍ଦାବତୀଙ୍କ ଚଉରା ପର୍ଯ୍ୟନ୍ତ ସବୁଠି ଭକ୍ତି ଓ ଭାବନାର ଅପୂର୍ବ ସମାଗମ । ଏହି ପବିତ୍ର ମାସରେ ପାଣ୍ଡଳମ ଗ୍ରାମରେ ଅତ୍ୟନ୍ତ ନିଆରା ଓ ପାରମ୍ପରିକ ଢଙ୍ଗରେ ପାଳନ ହେଉଛି ରାଇଦାମୋଦର ବ୍ରତ। ହବିଷ୍ୟାଳିମାନଙ୍କ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହରେ ଗ୍ରାମର ପରିବେଶ ହୋଇଉଠିଛି ଆଧ୍ୟାତ୍ମିକମୟ। କାର୍ତ୍ତିକ ମାସରେ ହବିଷ୍ୟ ବ୍ରତ ପାଳନ କରୁଥିବା ମହିଳାମାନେ ଏକତ୍ରିତ ହୋଇ ଗ୍ରାମର ବିଭିନ୍ନ ମନ୍ଦିର ଓ ବୃନ୍ଦାବତୀଙ୍କ ଚଉରା ମୂଳରେ ରାଇଦାମୋଦରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିଦିନ ନିୟମ ଓ ନିଷ୍ଠାର ସହ ବ୍ରତ ପାଳନ ସହିତ ପାରମ୍ପରିକ ରୀତିନୀତିକୁ ଜୀବନ୍ତ ରଖିବାର ପ୍ରୟାସ କରୁଛନ୍ତି।
ଏହାସହ ପଢ଼ନ୍ତୁ: ମନ୍ଦିରର ଫୁଲରୁ ମହକିଲା ମହିଳାଙ୍କ ଭାଗ୍ୟ…୧୬ ମହିଳାଙ୍କ ଅଭିନବ ପ୍ରୟାସ ଆଣିଲା ନୂଆ ରୋଜଗାରର ବାଟ
ତେବେ ଏହି ବ୍ରତର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ହେଉଛି ରାଇଦାମୋଦରଙ୍କୁ ଦୋଳିରେ ଝୁଲାଇବା ଓ ଦହି କୋଳି ବିକ୍ରିର ପାରମ୍ପରିକ ପରମ୍ପରା। ହବିଷ୍ୟାଳିମାନେ ଭକ୍ତିଭାବରେ ଠାକୁରଙ୍କୁ ଦୋଳି ଖେଳାଇବା ସହ ଦହି କୋଳି ବିକ୍ରିର ଅଭିନୟ କରିଥାନ୍ତି । ଏହି ନିଆରା ପରମ୍ପରା ମାଧ୍ୟମରେ ପୁରାଣ, ଲୋକକଥା ଓ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଏଥିରେ କେବଳ ଧାର୍ମିକ ଭାବନା ନୁହେଁ, ବରଂ ସାମୂହିକ ଏକତା ଓ ପାରସ୍ପରିକ ଭାଇଚାରାର ସୁନ୍ଦର ପରିଚୟ ମଧ୍ୟ ପ୍ରତିଫଳିତ ହେଉଛି। ବିଶେଷକରି ଆଧୁନିକତାର ଚାକଚକ୍ୟ ଭିତରେ ଗ୍ରାମାଞ୍ଚଳର ଏଭଳି ପାରମ୍ପରିକ ଧାର୍ମିକ ରୀତିନୀତିକୁ ଆଜି ବି ବଞ୍ଚାଇ ରଖିଛନ୍ତି ପାଣ୍ଡଳମ ଗ୍ରାମର ହବିଷ୍ୟାଳିମାନେ । ପିଢ଼ି ପରେ ପିଢ଼ି ଏହି ପରମ୍ପରା ଅକ୍ଷୁର୍ଣ୍ଣ ରହୁ, ଏହା ହିଁ ସମସ୍ତଙ୍କ ଆଶା। ରାଇଦାମୋଦରଙ୍କ ଆରାଧନା ସହ ଦୋଳି ଓ ଦହି କୋଳିର ଏହି ନିଆରା ଦୃଶ୍ୟ ପଣ୍ଡାଳମ ଗ୍ରାମର କାର୍ତ୍ତିକ ମାସକୁ କରିଛି ଆହୁରି ସ୍ମରଣୀୟ।
କାର୍ତ୍ତିକ ବ୍ରତାଧାରୀ ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି, ଆମେ ରାଇ ଦାମୋଦର ପୂଜା ପାଇଁ ସକାଳ ଉଠି ଗାଧୋଇ ସବୁଦିନ ସକାଳୁ ବୃନ୍ଦାବତୀଙ୍କ ପୀଠରେ ପୂଜା କରୁଛୁ । ପଞ୍ଚୁକ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ ହେଉଛି, କୋଳି ବିକା ଠାରୁ ଆରମ୍ଭ କରି ଦହି ବିକା ବିଧି କରୁଛୁ। ସେହିପରି ଜୟନ୍ତୀ ପଣ୍ଡା କହିଛନ୍ତି, “ ଆମ ଗାଁ ହଉଛି ମନ୍ଦିର ମାଳିନୀ ଗାଁ । ତେଣୁ ଆମେ ସକାଳୁ ଗ୍ରାମର ସବୁ ଠାକୁର ମନ୍ଦିର ବୁଲିକିରି ଆସି ଓଷା କରୁଛୁ । ପଞ୍ଚୁକରେ ଯେମିତି ଯାହା ବି ଦିବିଧାନ କରିକିରି ଆମେ ସବୁ ବ୍ରତଧାରୀ ଏକାଠି ହେଇକିରି ଓଷା କରୁଛୁ। ଠାକୁରଙ୍କ ପୂଜାଗୀତ,ଫୁଲ ତୋଳା, ତାପରେ କଉଡି ଖେଳୁଛୁ, ବନ୍ଦନା କରୁଛୁ ସୂର୍ଯ୍ୟପୂଜା, ବନ୍ଦନା, ଯୋଉ ସୂର୍ଯ୍ୟପୂଜା । ତାପରେ ତୁଳସୀ ଆଳତୀ କରୁଛୁ।“

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ନଳିନୀ ପ୍ରଭା ପଣ୍ଡା କହିଛନ୍ତି, “ଆମେ ମାସ ସାରା ବ୍ରତ ପାଳନ କରୁଛୁ । ପବିତ୍ର ପଞ୍ଚୁକ ପାଇଁ ଆମେ ସମସ୍ତେ ଏକାଠି ହୋଇ ବୃନ୍ଦାବତୀଙ୍କ ମୂଳେ ପୂଜା କରି ବ୍ରତ ପାଳନ କରୁଛୁ। ସେହିପରି ପୁଷ୍ପଲତା ସାମନ୍ତରା କହିଛନ୍ତି ଧର୍ମ ମାସ କାର୍ତ୍ତିକର ମହାକାର୍ତ୍ତିକରେ ରାଇ ଦାମୋଦର ବ୍ରତ ପାଳନ କରୁଛୁ। ମାସ ଯାକ ଆମିଷ ଛାଡି ଆନନ୍ଦରେ ଏହି ବ୍ରତ ପାଳନ କରୁଛୁ। “
Related Topics
Explore more stories