ପାଣ୍ଡିଆନ ହେଲିକାପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ସ୍ପଷ୍ଟତା ଆସିବା ଦରକାର

ଭୁବନେଶ୍ୱର: ପାଣ୍ଡିଆନଙ୍କ ହେଲିକପଟର ବୁଲାର ହେବ ତଦନ୍ତ । ଜଣେ ସଚିବଙ୍କୁ ହେଲିକପଟରରେ ବୁଲିବାକୁ କିଏ ଦେଲା ଅନୁମତି, ହେଲିପ୍ୟାଡ଼ ନିର୍ମାଣ ପାଇଁ କିଏ ନିର୍ଦେଶ ଦେଇଥିଲା ଏବଂ ଖର୍ଚ୍ଚ କେମିତି ହେଲା ତାହା ହେବ ତଦନ୍ତ ପରିସରଭୁକ୍ତ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି କହିଲା ପୁର୍ତ୍ତ ବିଭାଗ । ପାଣ୍ଡିଆନ ହେଲିକାପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି ।
ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଖାପାଖି 450 ଜାଗା ସେ ବୁଲିଛନ୍ତି । ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ କେତେ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । କିଏ ନିର୍ଦେଶ ଦେଇଥିଲା ଏବଂ କେମିତି ନିର୍ଦେଶ ଦେଇଥିଲା । ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରାବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ, ହେଲିକପଟର ଅବତାରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛି ପୂର୍ତ୍ତ ବିଭାଗ ।
ଆହୁରି ପଢନ୍ତୁ ଓଡିଶା ଖବର...