Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା

ଅର୍ଗସ ବ୍ୟୁରୋ:  ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରରେ ବିଜେପି ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ବଶର୍ମାଙ୍କ ବିସ୍ଫୋରକ ବୟାନ । କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ କିନ୍ତୁ ସାର୍ବଜନୀନ ହେଲାନି । 10 ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ଖୋଜି ବାହାର କରିବୁ ।

ଆପଣ ନିଶ୍ଚିନ୍ତ ରୁହନ୍ତୁ ଯଦି ମୋଦିଜୀ ରାମ ମନ୍ଦିର ନିର୍ମାଣ କରିପାରିଲେ, ତେବେ ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ରତ୍ନ ଭଣ୍ଡାର ଚାବି ହଜିଛି କହି ଭ୍ରମିତ କରିଚାଲିଛି ବିଜେଡି। ରାଜନୀତିରେ ଯଦି ନୋବେଲ ପୁରସ୍କାର ଦିଆଯାନ୍ତା ତେବେ ଏହା ପାଣ୍ଡିଆନଙ୍କୁ ମିଳିବ। ଆଉ ପାଞ୍ଚ ବର୍ଷ ସମୟ ଦେଲେ ପାଣ୍ଡିଆନ ଓଡ଼ିଶାକୁ ତାମିଲନାଡୁ ବନାଇଦେବେ। ଓଡ଼ିଶାର ବିକାଶ ପାଇଁ ଆବଶ୍ୟକ ଡବଲ ଇଂଜିନ ସରକାର । ମୋଦିଜୀଙ୍କୁ ପାଞ୍ଚ ବର୍ଷ ସୁଯୋଗ ଦିଅନ୍ତୁ ପାଣ୍ଡିଆନକୁ ତାମିଲନାଡୁ ପଠାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pandian hides the key to the ratna bhandar: Himanta Biswa Sarma | Argus News