Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ପୋଷ୍ଟରରୁ ପାଣ୍ଡିଆନ୍ ଆଉଟ୍ ବିଜୁ ଇନ୍

Ritu Das
Browse all articles by Ritu Das
·2 years ago·1 min read
ବିଜେଡି ପୋଷ୍ଟରରୁ ପାଣ୍ଡିଆନ୍ ଆଉଟ୍ ବିଜୁ ଇନ୍

ଅର୍ଗସ ବ୍ୟୁରୋ: ବିଜେଡି ପୋଷ୍ଟରରୁ ପାଣ୍ଡିଆନ୍ ଆଉଟ୍ ବିଜୁ ଇନ୍। ବିଜେଡିର ପ୍ରଚାର ପୋଷ୍ଟରରୁ ହଠାତ୍ ଗାଏବ ହୋଇଯାଇଛି ପାଣ୍ଡିଆନଙ୍କ ଫଟୋ। କିଛି ଦିନ ପୂର୍ବ ଯାଏ ଦଳର ପ୍ରତ୍ୟେକ ପୋଷ୍ଟରେ ନବୀନଙ୍କ ସହ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦଳର ନିର୍ବାଚନୀ ପୋଷ୍ଟର ଗୁଡ଼ିକରୁ ହଟାଇ ଦିଆଯାଇଛି। ବିଜେଡି ତାର ରଣନୀତିରେ ପରିବର୍ତ୍ତନ କରିଥିବା ଏହା ସୂଚନା ଦେଉଛି ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଏଡିଟର୍ସ ଗିଲଡ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ରୁବେନ୍ ବାନାର୍ଜୀ। 

ସେ ଲେଖିଛନ୍ତି ପାଣ୍ଡିଆନଙ୍କୁ ପୋଷ୍ଟରରୁ ହଟାଇବା ଦ୍ବାରା ବିଜେଡି ସ୍ବୀକାର କରିଛି ଯେ ନବୀନଙ୍କ ପରେ ପାଣ୍ଡିଆନଙ୍କୁ ଦଳର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ନେତା ଭାବରେ ଉପସ୍ଥାପନ କରିବା ଓଡ଼ିଆଙ୍କୁ କ୍ରୋଧିତ କରିଛି। ଏହାହିଁ କାରଣ ଥିଲା ଯେଉଁଥିପାଇଁ ବିଜେଡି ବିଜେପି ସହ ଓଡ଼ିଶାରେ ମେଣ୍ଟ କରିବାକୁ ଚାହୁଁଥିଲା। ପାଣ୍ଡିଆନଙ୍କୁ ବିଜେଡିର ଦ୍ବିତୀୟ ସର୍ବୋଚ୍ଚ ନେତା ଭାବେ ଉପସ୍ଥାନ କଲେ କାଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିବେ ବିରୋଧୀ ସେଥିରୁ ବର୍ତ୍ତିବା ପାଇଁ ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲା ବିଜେଡି ଖାସକରି ପାଣ୍ଡିଆନ୍ ଏନେଇ ଖୁବ୍ ଆଗ୍ରହୀଥିଲେ। 

ଏବେ ମେଣ୍ଟ ଉଦ୍ୟମ ଫସର ଫାଟିବା ପରେ କାଳେ ପାଣ୍ଡିଆନ୍ ଙ୍କୁ ନେଇ ପ୍ରସଙ୍ଗ ବନିବ ସେଥିପାଇଁ ଏକ ରଣନୀତି ପୂର୍ବକ ବିଜେଡି ତାଙ୍କୁ ପୋଷ୍ଟରରୁ ହଟାଇ ଦେଇଥିବା ଚର୍ଚ୍ଚା ହେଉଛି। ଆଉ ଆଶ୍ଚର୍ଯ୍ୟ ଜନକ ଭାବେ ଦୀର୍ଘ ବର୍ଷ ଧରି  ବିଜେଡି ପୋଷ୍ଟରୁ ଗାୟବ ଥିବା ବିଜୁ ପଟ୍ଟନାୟକଙ୍କୁ ପୁଣି ପୋଷ୍ଟରରେ ନବୀନଙ୍କ ସହ  ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Pandian out | Argus News