Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ପୋଷ୍ଟରରୁ ହଟିଲେ କି ପାଣ୍ଡିଆନ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଜେଡି ପୋଷ୍ଟରରୁ ହଟିଲେ କି ପାଣ୍ଡିଆନ?
  • ଓଡିଆ ନ ଜାଣି ନବୀନ ଦୀର୍ଘ ଦିନ ରହିଲେ ଜନପ୍ରିୟ
  • ନବୀନଙ୍କୁ ସ୍ବୀକାର କଲେ ତାମିଲ ବାବୁଙ୍କୁ ଓଡିଆ ସ୍ବୀକାର କରିବେ ତ?
  • ବିବାଦ ପରେ ବିଜେଡି ବୁଝିଛି ଓଡିଆଙ୍କୁ ଟେକନ ଫର ଗ୍ରାଣ୍ଟେଡ୍ ନେବା ବିପଦ
  • ସେଇଥିପାଇଁ ପାଣ୍ଡିଆନଙ୍କୁ ନବୀନଙ୍କର  ଉତ୍ତରାଧିକାରୀ କରିବାକୁ ଦଳର ଡର

ଅର୍ଗସ ବ୍ୟୁରୋ: ବିଜେଡି ପୋଷ୍ଟରରୁ ପାଣ୍ଡିଆନ୍ ଆଉଟ୍ ବିଜୁ ଇନ୍ । ବିଜେଡିର ପ୍ରଚାର ପୋଷ୍ଟରରୁ ହଠାତ୍ ଗାଏବ ହୋଇଯାଇଛି ପାଣ୍ଡିଆନଙ୍କ ଫଟୋ । କିଛି ଦିନ ପୂର୍ବରୁ  ଦଳର ପ୍ରତ୍ୟେକ ପୋଷ୍ଟରେ ନବୀନଙ୍କ ସହ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦଳର ନିର୍ବାଚନୀ ପୋଷ୍ଟର ଗୁଡ଼ିକରୁ ହଟାଇ ଦିଆଯାଇଛି । ବିଜେଡି ତାର ରଣନୀତିରେ ପରିବର୍ତ୍ତନ କରିଥିବା ଏହା ସୂଚନା ଦେଉଛି ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଏଡିଟର୍ସ ଗିଲଡ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ରୁବେନ୍ ବାନାର୍ଜୀ । ସେ ଲେଖିଛନ୍ତି ପାଣ୍ଡିଆନଙ୍କୁ ପୋଷ୍ଟରରୁ ହଟାଇବା ଦ୍ଵାରା ବିଜେଡି ସ୍ଵୀକାର କରିଛି ଯେ ନବୀନଙ୍କ ପରେ ପାଣ୍ଡିଆନଙ୍କୁ ଦଳର ଦ୍ଵିତୀୟ ଗୁରୁତ୍ଵପୂର୍ଣ୍ଣ ନେତା ଭାବରେ ଉପସ୍ଥାପନ କରିବା ଓଡ଼ିଆଙ୍କୁ କ୍ରୋଧିତ କରିଛି ।ବିଜେଡି ନେତାଙ୍କୁ ପରାଜୟ ଭୟ ଘାରିଛି । ତେଣୁ ପାଣ୍ଡିଆନଙ୍କ ଫଟୋ ହଟାଇ ପୁଣି ବିଜୁ ବାବୁଙ୍କୁ ଶାସକ ଦଳ ନେତା ମାନେ ମନେ ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ତେବେ ଏହା ହିଁ କାରଣ ଥିଲା କି ? ଯେଉଁଥି ପାଇଁ ବିଜେଡି, ବିଜେପି ସହ ଓଡ଼ିଶାରେ ମେଣ୍ଟ କରିବାକୁ ଚାହୁଁଥିଲା । ପାଣ୍ଡିଆନଙ୍କୁ ବିଜେଡିର ଦ୍ଵିତୀୟ ସର୍ବୋଚ୍ଚ ନେତା ଭାବେ ଉପସ୍ଥାପନ କଲେ କାଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିବେ ବିରୋଧୀ । ସେଥିରୁ ବର୍ତ୍ତିବା ପାଇଁ ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲା  କି ବିଜେଡି ।  ଚର୍ଚ୍ଚା ହେଉଛି   ପାଣ୍ଡିଆନ୍ ଏନେଇ ଖୁବ୍ ଆଗ୍ରହୀ ଥିଲେ । ଏବେ ମେଣ୍ଟ ଉଦ୍ୟମ ଫସର ଫାଟିବା ପରେ କାଳେ ପାଣ୍ଡିଆନଙ୍କୁ ନେଇ ପ୍ରସଙ୍ଗ ତିଆରି ହେବ, ସେଥିପାଇଁ ଏକ ରଣନୀତି ପୂର୍ବକ ବିଜେଡି ତାଙ୍କୁ ପୋଷ୍ଟରରୁ ହଟାଇ ଦିଆଯାଇଥଇବା କୁହାଯାଉଛି  ।

ଆଉ ଆଶ୍ଚର୍ଯ୍ୟ ଜନକ ଭାବେ ଦୀର୍ଘ ଦିନ ଧରି ବିଜେଡି ପୋଷ୍ଟରୁ ଗାୟବ ଥିବା ବିଜୁ ପଟ୍ଟନାୟକଙ୍କୁ ପୁଣି ପୋଷ୍ଟରରେ ନବୀନଙ୍କ ସହ ଦେଖିବାକୁ ମିଳୁଛି । ହଠାତ୍ ବିଜେଡି ପୋଷ୍ଟରରୁ ପାଣ୍ଡିଆନଙ୍କ ଫଟୋ ହଟିବାକୁ ଘନେଇଛି ଚର୍ଚ୍ଚା । ତେବେ ଏହି ଷ୍ଟ୍ରାଟେଜି ବିଜେଡିକୁ ଆଗାମୀ ଦିନରେ କେତେ ଫାଇଦା ଦେଉଛି  କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Pandian removed from BJd poster? | Argus News