Videos
|
Odisha

ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ

Ritu Das
Browse all articles by Ritu Das
·1 year ago·2 min read
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍ଟ ଅନୁଯାୟୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବ‌ାଚନରେ ବିଜେଡି  ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪  ଟଙ୍କା ଖର୍ଚ୍ଚ କରିଛି । ଯେଉଁଥିରେ ଆଶ୍ଚର୍ଯ୍ୟକର କଥା ହେଉଛି ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍‌ଟର/ଏୟାର କ୍ରାଫ୍ଟ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଛି । 

ତାରକା ପ୍ରଚାରକ ୨୩୧ ଥର ହେଲିକପ୍‌ଟର/ଏୟାରକ୍ରାଫ୍‌ଟରେ ଗସ୍ତ କରିଥିବା ବେଳେ ସର୍ବାଧିକ  ୧୫୭ ‌ଥର ଏକାକୀ କାର୍ତ୍ତିକ ପାଣ୍ଡିଆନ ଗସ୍ତ କରିଥିଲେ । ଯେତେବେଳେ କି ନବୀନ ଏକାକୀ ୬ ଥର ହେଲିକପ୍ଟର ଓ ୫ ଥର ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି ନବୀନ ଓ  ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍‌ଟରରେ ଯାଇଥିଲେ।  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର , ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲକପ୍‌ଟରରେ ଗସ୍ତ କରିଥିଲେ। ଶୁଣୁନ୍ତୁ ଏ ନେଇ ବିଜେଡି ନେତା କଣ କହୁଛନ୍ତି । 

ଦଳୀୟ ପ୍ରଚାର ପାଇଁ ଗଣମାଧ୍ୟମରେ ବିଜ୍ଞାପନ ପାଇଁ  ୪୭ କୋଟି ୧୪ ଲକ୍ଷ ଟଙ୍କା,  ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥବା ୧୬୮ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନୀ ଖର୍ଚ୍ଚ ବାବବରେ ୫୩ କୋଟି ୮୩ ଲକ୍ଷ ଟଙ୍କା, ଦିଆଯାଇଥିଲା। ଲୋକସଭାର ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ  ଭଦ୍ରକ ଲୋକସଭା ପ୍ରାର୍ଥୀ ମଂଜୁଲତା ମଣ୍ଡଳଙ୍କୁ ସର୍ବାଧିକ  ୬୬ ଲକ୍ଷ, କୋରାପୁଟ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୫୮ ଲକ୍ଷ ଟଙ୍କା, ସୁନ୍ଦରଗଡ଼ ପ୍ରାର୍ଥୀ ଦିଲୀପ ତିର୍କୀଙ୍କୁ ୪୯ ଲକ୍ଷ ଅନ୍ୟ ୧୮ ଜଣ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା। 
ବିଧାନସଭା ନିର୍ବାଚନରେ ୯୭ ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଟଙ୍କା ଓ ତିରିଶ ଜଣଙ୍କୁ ୨୯ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ ବାବଦରେ ଦିଆଯାଇଥିଲା। ଯେଉଁଥିପାଇଁ ପଦ୍ମନାଭ ବେହେରା, ନୃସିଂହ ସାହୁ,ପ୍ରଫୁଲ୍ଲ ଘଡେ଼ଇ ଓ ଅମର ଶତପଥୀ ପରାଜୟ ଲାଗି ପାଣ୍ଠି ଓ ପରିଚାଳନା କୁ ଦାୟୀ କରିଥିବା ବେଳେ ସୌଭିକ ବିଶ୍ୱାଳ ଓ ଭୁପିନ୍ଦର ସିଂ ସିଧା ସିଧା ପାଣ୍ଡିଆନ ଙ୍କୁ ନିଶାନା ସାଧିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା, ଓ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବ୍ୟୟ ପରେ ଦଳ ପାଖରେ ଆଉ ୬୨୫ କୋଟି ୭ ଲକ୍ଷ ୪୮ ହଜାର ୫୩୨ ଟଙ୍କା ରହିଥିବା ନିର୍ବାଚନ ଆୟୋଗଙ୍କୁ ଜଣାଇଛି ବିଜେଡି । 
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Pandian was flying | Argus News