Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦାରେ ପଡିଲା ପାଣ୍ଡିଆନଙ୍କ ମିଛ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପଦାରେ ପଡିଲା ପାଣ୍ଡିଆନଙ୍କ ମିଛ

ଅର୍ଗସ ବ୍ୟୁରୋ:  ପୁଣି ପଦାରେ ପଡିଲା ବିଜେଡି ନେତା ପାଣ୍ଡିଆନଙ୍କ ମିଛ । ମିଛରେ ସେ ମାଷ୍ଟ୍ରି କରିଥିବା ଅଭିଯୋଗ ହୋଇଛି । ପଦ୍ମପୁର ନିର୍ବାଚନୀ ସଭାରେ ସେ କହିଛନ୍ତି, ଲୋକ ଲଗାଇ ହାଇକୋର୍ଟରେ କେଶ କରାଇଛନ୍ତି ବିରୋଧୀ। ଏପରିକି ପଦ୍ମପୁର ଜିଲ୍ଲା ମାନ୍ୟତା ନ ପାଇବା ପାଇଁ ବିରୋଧୀଙ୍କୁ ସେ ଦାୟୀ କରିଛନ୍ତି । ପୂର୍ବରୁ କିନ୍ତୁ ମନ୍ତ୍ରୀ ଟୁକୁନି ସାହୁ ନିଜ ମୁହଁରେ ମାନିଥିଲେ,  ସେ ପଦ୍ମପୁରକୁ ଜିଲ୍ଲା କରାଇ ଦେବେ ନାହିଁ ।

ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ନ ମିଳିବା ପଛର ଗୁମୁର ଖୋଲିଥିଲେ ମନ୍ତ୍ରୀ ଟୁକୁନି ସାହୁ । ସେ କହିଥିଲେ, ଯେଉଁଦିନ ପଦ୍ମପୁର ନୂଆ ଜିଲ୍ଲା ମାନ୍ୟତା ପାଇଥାନ୍ତା ସେହି ଦିନ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଇସ୍ତଫା ପତ୍ର ପଠେଇ ଦେଇ ଥାନ୍ତି । ଟିଟାଲାଗଡ଼ କୁ ଛାଡି ରାଜ୍ୟରେ ଗୋଟେ ବି ନୂଆ ଜିଲ୍ଲା ହୋଇଥିଲେ ମୁଁ ଇସ୍ତଫା ପ୍ରଥମେ ଦେଇଥାନ୍ତି ବୋଲି କହିଥିଲେ ଟୁକୁନି । ପଦ୍ମପୁର ନିର୍ବାଚନ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଦୃଢ ପ୍ରତିଶ୍ରୁତି  ଦେଇଥିଲେ । 2023 ମସିହା ସରିବା ପୂର୍ବରୁ ପଦ୍ମପୁର ପାଇବ ଜିଲ୍ଲା ମାନ୍ୟତା ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pandian's lies were exposed | Argus News