Videos
|
Odisha

ପାଣ୍ଡିଆନଙ୍କ ପଲିଟାଲ ଲଞ୍ଚିଂକୁ ନେଇ ସାମନାକୁ ଆସୁଛି ସଙ୍ଗୀନ ତଥ୍ୟ

Ritu Das
Browse all articles by Ritu Das
·2 years ago·2 min read
ପାଣ୍ଡିଆନଙ୍କ ପଲିଟାଲ ଲଞ୍ଚିଂକୁ ନେଇ ସାମନାକୁ ଆସୁଛି ସଙ୍ଗୀନ ତଥ୍ୟ

ଅର୍ଗସ ବ୍ୟୁରୋ: ସଭାରେ ଖର୍ଚ୍ଚ ନେଇ ବରିଷ୍ଠ ସାମ୍ବାଦିକଙ୍କ ରୁବେନ ବାନାର୍ଜି ଉଠାଇଥିଲେ ସାଘାଂତିକ ପ୍ରଶ୍ନ। ହେଲିକପ୍ଟର ଟଙ୍କା  ସରକାର ଦେଉଥିଲେ ହେଲେ  ସଭା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିଲା କିଏ? ଅଭିଯୋଗ ଶୁଣାଣି ଆଳରେ ଛଅ ମାସ ଧରି ସାରା ଓଡିଶା  ବୁଲୁଥିଲେ ପାଣ୍ଡିଆନ୍ । ନିଜର ପଲିଟିକାଲ ଲଞ୍ଚିଙ୍ଗ ପାଇଁ ରାଜ୍ୟର 190 ଟି ସ୍ଥାନରେ କରିଥିଲେ ବିରାଟ ବିରାଟ ସଭା । ବୁହା ହେଉଥିଲେ ଲକ୍ଷ ଲକ୍ଷ ଲୋକ, ମଞ୍ଚଠୁ ମନୋରଞ୍ଜନ ଖାଦ୍ୟପେୟରେ ଖର୍ଚ୍ଚ ହେଉଥିଲା କୋଟି କୋଟି ଟଙ୍କା । ହେଲିକପ୍ଟର ପାଇଁ ଟଙ୍କା ସିନା ସରକାର ଦେଉଥିଲେ ହେଲେ ସଭା ଖର୍ଚ୍ଚ କରୁଥିଲା କିଏ। ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏ ନେଇ ପ୍ରଶ୍ନ ଉଠାଇବା ପରେ  ଖଣି ମାଫିଆ ଏ ଖର୍ଚ୍ଚ କରିଥିବା ନେଇ ହୋଇଥିଲା ଚର୍ଚ୍ଚା।

ସରକାରୀ ଭାବେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ 50 କୋଟି ବୋଲି ବିଧାନସଭାରେ କହିଥିଲେ ନବୀନ। ହେଲେ ସଭା ଖର୍ଚ୍ଚ କେତେ ସେ ନେଇ ଖୋଲି ନ ଥିଲେ ମୁହଁ। ବିଜେଡିର  ନେତାଙ୍କ ମୁହଁରେ ବି ଲାଗିଥିଲା ତୁଣ୍ଡି। ଆକଳନ, ପାଣ୍ଡିଆନଙ୍କ 190ଟି ସଭାରେ ଖର୍ଚ୍ଚ ହୋଇଛି 500 କୋଟି। ତେବେ ଏ ଟଙ୍କା ଖର୍ଚ୍ଚ କରିଥିବା ମାଫିଆ କିଏ। ଏମାନେ ଖଣି ମାଫିଆ କି? ପୂର୍ବରୁ ଖୋଦ ପ୍ରଧାନମନ୍ତ୍ରୀ ମାଫିଆଙ୍କ ଅଣ୍ଟା ଭାଙ୍ଗିବା ନେଇ ନିର୍ବାଚନୀ ସଭାରେ ଚେତାବନୀ ଦେଇଥିବା ବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ସମାନ କଥାକୁ ଦୋହରାଇଛନ୍ତି। 

ପ୍ରଶ୍ନ ୫୦୦ କୋଟି ଉର୍ଦ୍ଧ୍ବ ଖର୍ଚ୍ଚ କରିଥିଲା କିଏ? କଣ ଥିଲା ସ୍ବାର୍ଥ। ବଦଳରେ  କି ଲାଭ ପାଉଥିଲେ ଟଙ୍କା ଖର୍ଚ୍ଚ କରିଥିବା ମାଫିଆ। ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲା ପ୍ରଶାସନ ପାଣ୍ଡିଆନଙ୍କ ସଭାର କରୁଥିଲା ଆୟୋଜନ। ଏବେ ପ୍ରଶ୍ନ ପ୍ରଶାସନିକ କଳ ଓ ମାଫିଆ ମିଶି କରୁଥିଲେ ଏ ବିରାଟ ଆୟୋଜନ। ତଦନ୍ତ ହେଲେ ଖୋଲିବା ମୁଖା। କିଏ ସେ ମାଫିଆ ପଣ୍ଡିଆନଙ୍କ ପାଇଁ ପାଣି ପରି କରୁଥିଲା ଟଙ୍କା ଖର୍ଚ୍ଚ।

ମୁଖ୍ୟମନ୍ତ୍ରୀ ସିଧାସଳଖ ଖଣି ମାଫିଆଙ୍କ ଅଣ୍ଟା ଭାଙ୍ଗିବା କଥା କହିବା ପରେ ଚର୍ଚ୍ଚା ପାଣ୍ଡିଆନ୍ ସଭା ପାଇଁ ଟଙ୍କା ଖର୍ଚ୍ଚ କରିଥିବା ଖଣି ମାଫିଆଙ୍କ କ୍ଷେତ୍ରରେ ହେବ କି ତଦନ୍ତ। କେବେ ଭାଙ୍ଗିବା ଏହି ମାଫିଆ ମାନଙ୍କ ଅଣ୍ଟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Pandian' | Argus News