Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ

Key Points

  • ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଣ୍ଡିଆନ୍ 
  • ଚାହୁଁନଥିଲେ ବିଜୁଙ୍କୁ ମିଳୁ ଭାରତ ରତ୍ନ
  • ପୂର୍ବତନ ବିଜେଡି ନେତାଙ୍କ ବଡ ବୟାନ ପରେ ରାଜ୍ୟ ରାଜନୀତିରେ କମ୍ପନ
  •  ଦଳର ପରାଜୟରେ ପାଣ୍ଡିଆନ୍ ଙ୍କ ଭୂମିକାକୁ ନେଇ ବିଜେଡିରେ ଉଦଗୀରଣ ଜାରୀ
  • ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
  • ସେପଟେ ଖୁବଶୀଘ୍ର ବିଜେଡି ଭାଙ୍ଗି ଛିନଛତର ହୋଇଯିବ କହିଲେ ବିଜେପିର ବରିଷ୍ଠ ନେତା

ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲେ ଭୈରବ ପାଣ୍ଡିଆନ୍ । କେବଳ ସେତିକି ନୁହେଁ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳୁ ତାହା ପାଣ୍ଡିଆନ୍ ଚାହୁଁନଥିଲେ ବୋଲି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ଦଳର ପ୍ରତିଷ୍ଠାତା ସଦ୍ୟସ ପ୍ରସନ୍ନ ପାଟଶାଣୀ । ବାବା ପ୍ରସନ୍ନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ ଝଡ । ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ସର୍ବ ସମ୍ମୁଖରେ ନବୀନଙ୍କ ହାତ ଟଣିବା ଓ ଗୋଇଠା ମାରିବା ଦୃଶ୍ୟ ସାରା ଓଡିଶା ବାସୀଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏପରିକି ନିର୍ବାଚନ ପରାଜୟ ପରେ ବି ଦଳୀୟ ମହଲରେ ଜୋରଦାର ବିରୋଧ ହେବାରୁ ରାଜନିତୀରୁ ସନ୍ୟାସ ନେବାର ମିଛ ଡ୍ରାମା କରିଥିଲେ ପାଣ୍ଡିଆନ୍ । ଆଉ ଏବେ ବିଜେଡିକୁ ବ୍ୟାକ୍ ଡୋରରୁ ପୁଣି ଥରେ ଚଳାଉଥିବା ଅଭିଯୋଗ ଭିତରେ ପାଣ୍ଡିଆନ୍ ଙ୍କ ଅସଲ ଉଦ୍ଦେଶ୍ୟର ଗୁମର ଖୋଲି ଦେଇଛନ୍ତି ବାବା  ପ୍ରସନ୍ନ । 

ଅଧିକ ପଢନ୍ତୁ : ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ

ସେପଟେ ଦଳର ପରାଜୟରେ ପାଣ୍ଡିଆନ୍ ଙ୍କ ଭୂମିକା ଓ ନବୀନଙ୍କ ନିରବତାକୁ ନେଇ ବିଜେଡିରେ ଉଦଗୀରଣ ଜାରୀ । ଦଳ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଛନ୍ତି ତେରଛା ବାଣ । ପ୍ରଫୁଲ କହିଛନ୍ତି ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା, ଫଣ୍ଡିଂ ଓ ଦାୟିତ୍ବ ଭଳି ଅନେକ ଗୁଡିଏ କାରଣ ରହିଛି । କେଉଁଠି ତ୍ରୁଟି ରହିଲା କଣ ହେଲା ତାହା ଦଳର ପରିଚାଳନା କରୁଥିବା ଲୋକ ହିଁ କହି ପାରିବେ । 
ନିଜ ନେତାଙ୍କ ବାଣରେ ବିଜେଡି ଘାଇଲା ହୋଇଥିବା ବେଳେ  ବିଜେପି ବିଧାୟକ ଜୟନାରାଣ ମିଶ୍ର  କହିଛନ୍ତି ଅନେକ ବିଜେଡି ନେତା ଆମ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ଛିନଛତର ହୋଇଯିବ ବିଜେଡି । ଯାହାର ଜବାବ ରଖିଛନ୍ତି ମୁଖପାତ୍ର ଲେଲିନ୍ ମହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ବେଳେ ନବୀନଙ୍କ ହାତକୁ ଭିଡିବା, ଗୋଇଠା ମାରିବା ଭଳି ଘଟଣାକୁ ଓଡିଶା ବାସୀ ଭୁଲିନଥିବା ବେଳେ   ତାମିଲ ବାବୁଙ୍କ ଚୌକି ଲୋଭର ଗୁମର ଅଧିକ ଆଲୋଡନ ସୃଷ୍ଟି କରିଛି । କେହି କେହି ତ ଚର୍ଚ୍ଚା କରୁଛନ୍ତି ଓଡିଶାର ରାଜସ୍ବ ଲୁଟ୍ କରି ନବୀନଙ୍କୁ ହରାଇବା ପରେ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କାର ବିଜେଡି ନିର୍ବାଚନୀ ପାଣ୍ଠି ଉପରେ ରହିଛି ସେହି ନିର୍ଦ୍ଧିଷ୍ଟ କୋଟେରୀର ନଜର । ଯେଉଁଥିପାଇଁ ମୁଖପାତ୍ରଙ୍କ ଦ୍ବାରା ଦଳର ପ୍ରତିଷ୍ଠାତା ସଦସ୍ୟ, ପୁରୁଖା ନେତା ଓ ଦକ୍ଷ ସଙ୍ଗଠକଙ୍କୁ ବେଜିତ୍ କରି ଦଳରୁ ଦୂରେଇବାକୁ କରାଯାଇଛି ଯୋଜନା

Sponsored