ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ଠାରୁ ବଡ କି ପାଣ୍ଡିଆନଙ୍କ ସୁରକ୍ଷା ?

Key Points
ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ଠାରୁ ବଡ କି ପାଣ୍ଡିଆନଙ୍କ ସୁରକ୍ଷା ?
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଥ୍ୟ ଦେଲେ ହେଲେ ପାଣ୍ଡିଆନଙ୍କ ଦେଇ ହେବ ନାହିଁ କହିଲେ
କିଏ ଦେଇଥିଲା ୭୪ ସୁରକ୍ଷାକର୍ମୀ ଦେଇଥିବା ଆରଟି ଆଇ ରିପୋର୍ଟ?
ପାଣ୍ଡିଆନ ଙ୍କୁ କେତେ ପୋଲିସ ଜଗିଥିବା ପ୍ରଶ୍ନ ଉଠାଇଲେ ସାମ୍ବାଦିକ ରୁବେନ ବାନାର୍ଜୀ
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କୁ ପୋଲିସ ସୁରକ୍ଷାର ଆରଟିଆଇ ତଥ୍ୟକୁ ଥମୁନି ବିବାଦ । ପ୍ରଥମ ଆରଟିଆଇ ରିପୋର୍ଟ । ଯେଉଁଥିରେ ପାଣ୍ଡିଆନଙ୍କୁ ୭୪ ପୋଲିସ ଜଗିଥିବା ତଥ୍ୟ ଉଲ୍ଲେଖ ରହିଛି । ଏ ତଥ୍ୟକୁ ମାର୍ଚ୍ଚ 29 ତାରିଖରେ ସୁଚନା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ଦେଇଥିଲେ । ଆଉ ଏହାକୁ ଏବେ ଫେକ୍ ବୋଲି କହୁଛି ପୋଲିସ ।
ଏପ୍ରିଲ ୧ ରେ ପୋଲିସ ଦେଇଥିବା ଏ ଆରଟିଆଇ ତଥ୍ୟରେ ଉଲ୍ଲେଖ ଅଛି । ଆରଟିଆଇ ଆକ୍ଟ ସେକ୍ସନ 8 (1) (g) ଅନୁସାରେ ପାଣ୍ଡିଆନଙ୍କ ସୁରକ୍ଷା ତଥ୍ୟ ଦେଇ ହେବ ନାହିଁ । ତେବେ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାଠୁ ପାଣ୍ଡିଆନଙ୍କ ସୁରକ୍ଷା ଅଧିକ ସମ୍ବେଦନଶୀଳ । ଏ ନେଇ ସୋସିଆଲ ମେଡିଆରେ ପୋଷ୍ଟ କରି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ। ଏପଟେ ବିରୋଧୀ ସରକାର ପ୍ରଶ୍ନ କରିଛନ୍ତି ପାଣ୍ଡିଆନଙ୍କ ସୁରକ୍ଷା କଣ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଠାରୁ ବଡ ।
ମୁଖ୍ୟମନ୍ତ୍ରୀଙ୍କୁ କେତେ ସୁରକ୍ଷା କର୍ମୀ ଦିଆଯାଇଛି ତାର ଆରିଟିଆଇ ତଥ୍ୟ 2023 ଏପ୍ରିଲ 15ରେ ଦେଇଥିଲା କମିଶନରେଟ ପୋଲିସ । ଦେଖନ୍ତୁୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ତଥ୍ୟକୁ । ତେବେ ପ୍ରଶ୍ନ ଯଦି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଥ୍ୟ ପୋଲିସ ଦେଇପାରିଲା କାହିଁଁକି ଏବେ ପାଣ୍ଡିଆନଙ୍କ ତଥ୍ୟ ଦେଇହେବନି ବୋଲି କହୁଛି । ପାଣ୍ଡିଆନଙ୍କ ସୁରକ୍ଷା ତଥ୍ୟ କୁ ଜାଣି ଶୁଣି ଲୁଚାଉଛି କି ପୋଲିସ ।
ଏବେ ପ୍ରଶ୍ନ ଯଦି ୭୪ ସୁରକ୍ଷାକର୍ମୀ ଜଗିଥିବା ଆରଟିଆଇ ରିପୋର୍ଟ ଭୁଲ ତେବେ ଠିକ କଣ ? ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଥ୍ୟ ମିଳୁଥିବା ବେଳେ କହିଁକି ମିଳୁନି ପାଣ୍ଡିଆନଙ୍କ ସୁରକ୍ଷ ତଥ୍ୟ ? ସୂଚନା ଅଧିକାର କର୍ମୀ ଦେଖାଇଥିବା ରିପୋର୍ଟ ର ଫରେନସିକ ଯାଞ୍ଚ କରିବ କି ପୋଲିସ ?
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...