Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗୋବରଘାଟି ମୁଖ୍ୟ ରାସ୍ତାରୁ ବଜ୍ରକାପ୍ତା ଜବତ ଘଟଣା: ଦୁଇ ଗିରଫ

Odisha

ଗୋବରଘାଟି ମୁଖ୍ୟ ରାସ୍ତାରୁ ବଜ୍ରକାପ୍ତା ଜବତ ଘଟଣା: ଦୁଇ ଗିରଫ

Ritu Das
Browse all articles by Ritu Das
·2 years ago·1 min read
ଗୋବରଘାଟି ମୁଖ୍ୟ ରାସ୍ତାରୁ ବଜ୍ରକାପ୍ତା ଜବତ ଘଟଣା: ଦୁଇ ଗିରଫ

ଅର୍ଗସ ବ୍ୟୁରୋ: ଯାଜପୁର ସୁକିନ୍ଦା ବନ ବିଭାଗ ତରଫରୁ କଳିଙ୍ଗନଗର ଗୋବରଘାଟି ମୁଖ୍ୟ ରାସ୍ତାରୁ ବନ ବିଭାଗର କର୍ମଚାରୀଙ୍କ ଦ୍ଵାରା ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି। ସୂଚନା ମୁତାବକ  ଦୁଇଜଣ ଯୁବକ ଏକ ଜଙ୍ଗଲୀ ବଜ୍ରକାପ୍ତା ମିରିଗିଚରା ପାଖ ଜଙ୍ଗଲ ନିକଟରୁ ନେଇ ଯାଉଥିବା ସମୟରେ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ଉଚ୍ଚପଦାଧିକାରୀ ଅନିଲ କୁମାର ରାୟ ତଦନ୍ତ କରି ସୂଚନା ପାଇଥିଲେ। 

ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ଯିବା ପରେ ଦୁଇ ଯୁବକ ବନ କର୍ମଚାରୀଙ୍କୁ ଦେଖି ବିଲୁପ୍ତ ଜଙ୍ଗଲି ବଜ୍ରକାପ୍ତାକୁ ଗୋବରଘାଟି ମୁଖ୍ୟ ରାସ୍ତାରେ ଛାଡି ଦୁଇ ଯୁବକ ଖସି ପଳାଇଥିଲେ । ଠିକ୍ ସେତିକି ବେଳ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ଦୁଇ ଯୁବକଙ୍କୁ ଗିରଫ କରି ଜଙ୍ଗଲି ବଜ୍ରକାପ୍ତାକୁ ଉଦ୍ଧାର କରି ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟରେ ରଖି ତାର ସ୍ଵାସ୍ଥ୍ୟ ପରୀକ୍ଷା କରେଇଥିଲେ । ଏବଂ ତାକୁ ସୁରକ୍ଷିତ ଉପାୟରେ ସୁକିନ୍ଦା ପାଖ ଘଞ୍ଚ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି । 

ଏହି ବଜ୍ରକାପ୍ତାକୁ ଶିକାର କରି ନେଇ ତଦନ୍ତ ଯାଉଥିବା ଦୁଇ ଯୁବକଙ୍କୁ ସୁକିନ୍ଦା ବନ ବିଭାଗ ପକ୍ଷରୁ ଆଜି ଗୋବରଘାଟି କଲୋନୀରୁ ଗିରଫ କରାଯାଇଥିଲା। ଯାହାର ଏକ ମାମଲା ରୁଜୁ କରି ଗୋବରଘାଟି କଲୋନୀ ଯୁବକ ଚୈତନ୍ୟ ବିନ୍ଧାଣି ଓ ସନାତନ ବିନ୍ଧାଣିଙ୍କୁ ଅପରାହ୍ନ 6 ସମୟରେ ସୁକିନ୍ଦା ବିଚାରବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି । ସୁକିନ୍ଦା ବିଚାରବିଭାଗୀୟ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଦୁଇ ଯୁବକଙ୍କୁ ଜିଲ୍ଲା କାରାଗାରକୁ ପଠେଇ ଦିଆଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Pangolin seized | Argus News