Videos
|
Odisha

ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ

ଭୁବନେଶ୍ୱର:  ପେପର ଲେସ୍ ହେବ ବିମାନ ସେବା । ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ । ଡିଗି ଯାତ୍ରା ଆପ୍ ଜରିଆରେ ବିମାନ ବନ୍ଦରରେ ହେବ ଚେକ ଇନ୍ । ଏହାଦ୍ୱାରା କଣ୍ଟାକ୍ଟ ଲେସ୍ , ସିକ୍ୟୋର ହେବ ବିମାନ ଯାତ୍ରା । ଫଳରେ ଯାତ୍ରୀଙ୍କୁ ଆଉ ବେଶୀ ସମୟ ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡିବନି ।  

ସାରା ଦେଶରେ 12 ଟି ବିମାନ ବନ୍ଦର ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବାବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଠାରୁ ଆରମ୍ଭ ହୋଇଛି ।  ମୋବାଇଲରେ ଡିଗି ଯାତ୍ରା ଆପକୁ ଇନଷ୍ଟଲ କରିବେ ।  ପରେ ବୋଡିଙ୍ଗ୍ ପାସ୍ ର ସଫ୍ଟ କପିକୁ ଆପରେ ଅପଲୋଡ଼୍ କରିବେ । ବୋଡିଙ୍ଗ୍ ଗେଟ୍ ରେ ଫେସିଆଲ୍ ରେକଗନାଇଜେସନ୍ ପରେ ବିମାନକୁ ପ୍ରବେଶ କରିପାରିବେ । ଫଳରେ ଭିଡ କମିବ । ଯାତ୍ରା ସହଜ ହେବ । 

ତେବେ ଭୁବନେଶ୍ୱରରେ ଏହି ସୁବିଧା ଗତକାଲିଠୁ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଏହାଦ୍ୱାରା ଯାତ୍ରୀମାନେ ମଧ୍ୟ ବେଶ ଉପକୃତ ହେଉଥିବା ପ୍ରତିକ୍ରିୟା ରଖିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
paperless-work-started-in-bhubaneswar-Passengers will no longer stand in line for hours | Argus News