Paradip Boita Bandana Utsav / ପାରାଦୀପ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; କାଲି ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା

Key Points
ପାରାଦୀପକୁ ମେଗା ପୋର୍ଟ ମାନ୍ୟତା ମିଳିଛି
ଜାହାଜ ନିର୍ମାଣ ଓ ଗ୍ରୀନ୍ ପ୍ରକଳ୍ପରେ ପୁଞ୍ଜି ନିବେଶ
- ଜାହାଜ ନିର୍ମାଣ ଓ ଗ୍ରୀନ୍ ପ୍ରକଳ୍ପରେ ପୁଞ୍ଜି ନିବେଶ
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, "ବାଲିଯାତ୍ରା କଥା ଉଠିଲେ ଆମେ ସମସ୍ତେ ଜାଣିଛେ କଟକ ଆଉ ପାରାଦୀପ ଏଠିକାର ପରମ୍ପରା ଖୁବ୍ ନିଆରା ଆଉ ଆକର୍ଷଣୀୟ । ପ୍ରାଚୀନ ସାଧବ ପୁଅମାନଙ୍କ ଗୌରବମୟ ବାଣିଜ୍ୟ ପରମ୍ପରାକୁ ଆଧୁନିକତା ଓ ନୂତନ ପ୍ରଯୁକ୍ତି ସହ ଯୋଡ଼ି ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ସରକାର ଦୃଢ଼ତାର ସହ ଆଗେଇ ଚାଲିଛନ୍ତି । " ତେବେ ଏହି କାର୍ଯ୍ୟକ୍ରମରେ ସୁଦୂର ଇଣ୍ଡୋନେସିଆର ବାଲିରୁ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସୂର୍ଯ୍ୟବଂଶୀ ସୂରଜ ।ପାରାଦ୍ବୀପଠାରେ ପବିତ୍ର ‘ବୋଇତ ବନ୍ଦାଣ ଉତ୍ସବ’କୁ ଉଦ୍ଘାଟନ କଲି। ବୋଇତ ବନ୍ଦାଣ ଓ ବାଲିଯାତ୍ରା ଆମ ପ୍ରାଚୀନ ନୌବାଣିଜ୍ୟ ଇତିହାସ ସହ ଅଙ୍ଗାଙ୍ଗୀ ଭାବେ ସମ୍ପୃକ୍ତ। ସେହି ପୂର୍ବ ଗୌରବ ଓ ଇତିହାସର ଗାଥାକୁ ଉଜ୍ଜୀବିତ ରଖିବା ପାଇଁ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଗତ କେଇ ଦଶନ୍ଧି ଧରି ଏହି ଉତ୍ସବକୁ ମହାଆଡ଼ମ୍ବରରେ ପାଳନ କରିଆସୁଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ଆମର ଏହି ଐତିହାସିକ ସାମୁଦ୍ରିକ ପରମ୍ପରାକୁ ପାଥେୟ କରି ପାରାଦ୍ୱୀପ ବନ୍ଦର ମାଧ୍ୟମରେ ଓଡ଼ିଶାର ଅର୍ଥନୈତିକ ବିକାଶକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ଆମ ସରକାର ସଙ୍କଳ୍ପବଦ୍ଧ। ସମସ୍ତଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଅନେକ ଅନେକ ଶୁଭେଚ୍ଛା।
— Mohan Charan Majhi (@MohanMOdisha) November 24, 2026
- ପାରାଦୀପରେ ୭ଦିନ ବାଲିଯାତ୍ରା
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପାରାଦ୍ବୀପ ଠାରେ ଆୟୋଜିତ 'କଳିଙ୍ଗ ବାଲିଯାତ୍ରା-୨୦୨୬'ର ଉଦ୍ଘାଟନୀ ସମାରୋହରେ ଯୋଗଦେଲି। ଏହି ମହୋତ୍ସବ ଆମ ପ୍ରାଚୀନ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାଧବ ପୁଅମାନଙ୍କ ଅଦମ୍ୟ ସାହସ ଓ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଜୀବନ୍ତ ପ୍ରତୀକ। ଆମର ଐତିହାସିକ ନୌବାଣିଜ୍ୟର ସେହି ସୁଦୃଢ଼ ମୂଳଦୁଆ ଉପରେ ଆଜି ପାରାଦ୍ବୀପ ପୂର୍ବ ଭାରତର ବିକାଶର ମୁଖଶାଳା ଏବଂ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ୍ ଭାବେ ଉଭା ହୋଇଛି। ବର୍ଷ ବର୍ଷ ଧରି ଚାଲିଥିବା ଏହି ମହୋତ୍ସବ କେବଳ ପାରାଦ୍ବୀପ ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ଏକ ଅନନ୍ୟ ପ୍ରେରଣା। ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମେ ସମସ୍ତେ ବୋଇତ ବନ୍ଦାଣ କରି ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସ୍ମରଣ କରିବା। ଏହି ପବିତ୍ର ଅବସରରେ ରାଜ୍ୟବାସୀଙ୍କୁ ମୋର ଆହ୍ୱାନ, ଆମ ନଦୀ, ପୋଖରୀ ଓ ସମୁଦ୍ରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ଲାଷ୍ଟିକ୍ ଓ ଜରି ଡଙ୍ଗା ପରିବର୍ତ୍ତେ ଆମ ପାରମ୍ପରିକ କଦଳୀ ପାଟୁଆ ଡଙ୍ଗା ଭସାନ୍ତୁ। ଝଙ୍କଡ଼ବାସିନୀ ମା’ ଶାରଳା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ, ଏହା ହିଁ କାମନା।
— Mohan Charan Majhi (@MohanMOdisha) November 23, 2026
📱 Get Argus News App
✨Related Topics
Explore more stories