Videos
|
Odisha

Paradeep Biswakarma Puja / ସଜେଇ ହେଲାଣି ଵନ୍ଦର ନଗରୀ; ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଦିଆଯାଉଛି ଶେଷ ସ୍ପର୍ଶ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସଜେଇ ହେଲାଣି ଵନ୍ଦର ନଗରୀ; ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଦିଆଯାଉଛି ଶେଷ ସ୍ପର୍ଶ
Paradeep Biswakarma Puja

Key Points

ଆସନ୍ତା ସେପ୍ଟେମ୍ବର ୧୭ରେ ବିଶ୍ଵକର୍ମା ପୂଜା
ଏପଟେ ସଜେଇ ହେଲାଣି ବନ୍ଦର ନଗରୀ
ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ
ଜଗତସିଂହପୁର: ନବଵଧୂ ପରି ସଜେଇ ହେଲାଣି ବନ୍ଦରନଗରୀ ପାରାଦ୍ୱୀପ । ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ପେଣ୍ଟାଲ ଯାଏଁ ସବୁଠି ବାରି ହୋଇପଡିଲାଣି ପୂଜାର ମାହୋଲ । ଗଣପର୍ବ ଭାବେ ଵେଶ ପରିଚିତ ବିଶ୍ବ କର୍ମା ପୂଜା । ଦୀର୍ଘ ବର୍ଷ ହେବ ଏଠି ଦେବଶିଳ୍ପୀଙ୍କୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବହୁତ ଧୂମଧାମରରେ ପାଳନ କରାଯାଏ । ମୂର୍ତ୍ତି କାରିଗର ଓ ତୋରଣ କାରିଗରଙ୍କୁ ଆଉ ସମୟ ନାହିଁ । ହାତରେ ଆଉ ୪ ଦିନ ବାକି । ତା ପୂର୍ବରୁ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ।

  • ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ
ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସିଲା ଭିଳ ଆଲୁଅରେ ଶ୍ରଦ୍ଧାଳୁମାନେ କିଛି ସମୟ ପାଇଁ ବିମୋହିତ ହୋଇଯାନ୍ତି । ଏପରି ପରିବେଶରେ ଏଠିକାର ବିଶ୍ଵକର୍ମା ପୂଜା ଯିଏ ଦେଖିଛି ସେ ପୁଣି ଥରେ ଆସିବାକୁ ମନ କରେ । ଗୋଟିଏ ପଟେ ସମୁଦ୍ରର ଶବ୍ଦ, ଆଉ ଅନ୍ୟ ପଟେ ଆଧ୍ୟାତ୍ମିକ ପରିବେଶ । ପାରାଦ୍ୱୀପ ବିଶ୍ବକର୍ମା ପୂଜା ଓଡିଶା ପ୍ରସିଦ୍ଧ । ପୂଜା ପାଇଁ ପାଖାପାଖି ଦେଢ ମାସ ଆଗରୁ ଆରମ୍ଭ ହୁଏ କାମ । କଲିକତା, ବାଲେଶ୍ଵରୁ ଶହଶହ କାରିଗରଙ୍କ ନିଜର ହାତ ନିଖୁଣ କଳାକୃତି ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରେ । ଚଳିତ ଥର ବିଶ୍ବକର୍ମା ପୂଜା ୧୭ ତାରିଖରୁ ଆରମ୍ଭ ହୋଇ ୭ ଦିନ ବ୍ୟାପି ଚାଲିବ। ଦିନ କି ରାତି ଜଣାପଡେ ନାହିଁ ।

  • ଏଥର ପୂଜାର ମୁଖ୍ୟ ଆକର୍ଷଣ
କେଉଁଠି ୟୁରୋପିଆନ ପ୍ୟାଲେସ ହେଉଛି ତ ଆଉ କେଉଁଠି ରାଜସ୍ଥାନ ଷ୍ଟାଇଲର ମନ୍ଦିର । ଏହି ସବୁ ମେଢରେ ପ୍ଲାଏ, ପ୍ଲାଷ୍ଟିକ ପାଇପ, ଫୋମ ଲାଗେ । ଏହାସହିତ ଏଥିରେ ପାଖାପାଖି ୭ ହଜାରରୁ ଅଧିକ ବାଉଁଶ ଲାଗିଛି । ଏହି ମେଢ ଗୁଡିକର କାରୁକାର୍ଯ୍ୟ ଏତେ ନିଖୁଣ ଭାବେ ତିଆରି ହୋଇଥାଏ ଯେ, ଲୋକମାନେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଦେଖନ୍ତି ।

ପଢନ୍ତୁ ଏହି ଖବର: ଜଣେ ମୁସଲିମ ଯୁବକ ଭୋକିଲା ଥିବାରୁ ଅନ୍ନପୂର୍ଣ୍ଣା ମନ୍ଦିରର ଖାଦ୍ୟ କ୍ଷେତ୍ରକୁ ଯାଇଥିଲେ ଆଉ ତା'ପରେ...

  • ପାରାଦ୍ଵୀପର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା
ପାରାଦ୍ୱୀପ ସହର ବିଶ୍ୱକର୍ମା ପୂଜା ସବୁଠୁ ନିଆରା । ଖାଲି ପୂଜା ନୁହେଁ ଏହି ଅବସରରେ ବିଶେଷ ଆର୍କଷଣ ଥାଏ ଅପେରା, ମେଲୋଡି, ଦୋଳି, ଏବଂ ମୀନାବଜାର ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ । ଯାହା ମାହୋଲକୁ ଜମାଇଦିଏ । ଚଳିତ ବର୍ଷ ପୂଜାରେ ୧୪ରୁ ଊର୍ଦ୍ଧ ମେଢ ବିଭିନ୍ନ ପୂଜା ମଣ୍ଡପରେ ଶୋଭା ପାଇବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ମଣ୍ଡପରେ ସିସିଟିଭି ଲାଗିବା ସହ ପାଖାପାଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେଵେ । ବିଶ୍ୱକର୍ମା ପୂଜା ପାଇଁ ପାରାଦ୍ଵୀପରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥାଏ । କଳା ଓ କାରିଗରୀ ପ୍ରଦର୍ଶନ ଝଲସେ । ତୋରଣରେ ଆଦିବାସୀ କଳା ଏବଂ ମୂର୍ତ୍ତିରେ କାରିଗରିର ପ୍ରଭାବ ଦେଖିବାକୁ ମିଳିଥାଏ, ଯାହା ପୂଜାର ପରିବେଶକୁ ଆହୁରି ଆକର୍ଷିତ କରିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: