Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ଗଡ଼ିବ ୮ରୁ

Ritu Das
Browse all articles by Ritu Das
·2 years ago·2 min read
ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ଗଡ଼ିବ ୮ରୁ

ଅର୍ଗସ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ରେଳବାଇ ପକ୍ଷରୁ ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପୂରଣ ହୋଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଗତକାଲି ପାରାଦୀପ - କେନ୍ଦୁଝରଗଡ଼ ଏବଂ ପୁରୀ - ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଇଛନ୍ତି।  

ଉଭୟ ଟ୍ରେନ୍ ଯାହା ସେମାନଙ୍କର ଉଦଘାଟନୀ ଯାତ୍ରାରେ ଶୁଭାରମ୍ଭ କରାଯାଇଥିଲା ତାହା ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରାଯାଇଥିଲା। ତେବେ, ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ 8 ମାର୍ଚ୍ଚ 2024 ରୁ ଆରମ୍ଭ ହେବ। ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ 9 ମାର୍ଚ୍ଚ 2024 ଠାରୁ ଏବଂ ଆନନ୍ଦ ବିହାର ଠାରୁ 10 ମାର୍ଚ୍ଚ 2024 ରୁ କାର୍ଯ୍ୟକାରୀ ହେବ। 

ପାରାଦୀପ-କେନ୍ଦୁଝରଗଡ଼- ପାରାଦୀପ ମେମୁ ବିଶେଷ ପାସେଞ୍ଜର :
08406/08405 ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ୍ ପାରାଦୀପ ଠାରୁ ଭୋର 05ଘ.30ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ଅପରାହ୍ନ 11ଘ.25ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ ଠାରୁ ଅପରାହ୍ନ 04ଘ.30ମି.ରେ ଛାଡି ପାରାଦୀପ ଠାରେ ରାତ୍ରି 09ଘ.30ମି.ରେ ପହଞ୍ଚିବ।

ଏହି ଟ୍ରେନରେ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୁଆଗାଓଁ, କଳାଘର, ମାର୍ସାଘାଇ ରୋଡ, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ, ଚଣ୍ଡିଖୋଲ, ହରିଦାସପୁର, ନୂଆ ଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ, ଯଖପୁରା, ଯାଜପୁର କେନ୍ଦୁଝର ରୋଡ଼, ସୁକିନ୍ଦା ରୋଡ, ବାଘୁଆପାଳ, ଟମକା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ:
18427/18428 କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ ପ୍ରତି ଶନିବାର ଦିନ ଭୋର 04ଘ.15ମି.ରେ ଛାଡି ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.10ମି.ରେ ଆନନ୍ଦ ବିହାରରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ ଆନନ୍ଦ ବିହାରରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା 05ଘ.20ମି.ରେ ଛାଡି ପ୍ରତ୍ୟେକ ସୋମବାର ଦିନ ରାତ୍ରି 11ଘ.55ମି.ରେ ପୁରୀରେ ପହଞ୍ଚିବ। 

ଏହି ଟ୍ରେନରେ ଗୋଟିଏ ଏସି -1ମ ଶ୍ରେଣୀ, ଦୁଇଟି ଏସି-2 ଟାୟାର, ପାଞ୍ଚଟି ଏସି -3 ଟାୟାର, ଗୋଟିଏ ଏସି -3 ଟାୟାର (ଇକୋନୋମି), ଛଅଟି ସ୍ଲିପର ଶ୍ରେଣୀ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ, ଗୋଟିଏ ଗାର୍ଡ ତଥା ଜେନେରେଟର କୋଚ ଏବଂ ଗୋଟିଏ ପ୍ୟାଣ୍ଟ୍ରିକାର ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ଆନନ୍ଦ ବିହାର ମଧ୍ୟରେ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡଙ୍ଗୋଆପୋସି, ଚାଇବାସା, ଚଂଡିଲ,  ମୁରି, ବୋକରୋ ଷ୍ଟିଲ ସିଟି, ରାଜାବେରା, ଏନଏସସି ଗୋମୋ, କୋଡ଼ର୍ମା, ଗୟା, ସାସାରାମ, ଡ଼ିଡ଼ିୟୁ    ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ୍, ଟୁଣ୍ଡଲା ଏବଂ ଚିପିୟାନା ବୁଜର୍ଗ ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Paradip-Kendujhargarh | Argus News