Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରଖିଥିଲେ ଅଭିଭାବକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରଖିଥିଲେ ଅଭିଭାବକ

ଅର୍ଗସ ବ୍ୟୁରୋ:  ଦୀର୍ଘ ୫ ଘଣ୍ଟା ଧରି ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକ ଶିକ୍ଷୟିତ୍ରୀକୁ ଅଟକ ରଖିଲେ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ବାସୁଦେବପୁର ବ୍ଲକ ପଢ଼ୁଆଁ ସରକାରୀ ହରିଜନ ପ୍ରାଥମିକ ବିଦ୍ୟାଳୟରେ । ତେବେ ଗତକାଲି ଅପରାହ୍ନରେ ବିଦ୍ୟାଳୟ ପରିସରରେ PTA କମିଟି ବୈଠକ ବସିଥିଲା । ତେବେ ଏହି କମିଟିରେ ପ୍ରଧାନ ଶିକ୍ଷକ କିଛି ଅଭିଭାବକଙ୍କୁ ନଜଣାଇ କମିଟିର ସଦସ୍ୟ ବାଛି ଥିବା ନେଇ ଆଉ କିଛି ଅଭିଭାବକ ଅଭିଯୋଗ କରିଥିଲେ ।

ତେବେ ତାଙ୍କୁ ବିଦ୍ୟାଳୟ ଭିତରକୁ ପ୍ରଧାନ ଶିକ୍ଷକ ଛାଡିନଥିଲେ । ଫଳରେ ବାଧ୍ୟହେଇ କିଛି ଅଭିଭାବକ ବିଦ୍ୟାଳୟର ବାହାର ପଟରୁ ମୁଖ୍ୟ ଗେଟ ରେ ତାଲା ପକାଇ ଦେଇଥିଲେ।  ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟାଳୟ ଭିତରେ ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଅଟକ ରହିଥିଲେ । ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିଲା । ଖବର ପାଇ ବାସୁଦେବପୁର ପୋଲିସ ଓ ଏବିଓ ପହଂଚି ଅଭିଭାବକଙ୍କୁ ବୁଝାସୁଝା କରିବା ପରେ ବିଦ୍ୟାଳୟର ଗେଟ ଫିଟିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Parents kept the teacher locked in the school | Argus News