Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା, ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା, ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ

ଅର୍ଗସ ବ୍ୟୁରୋ:  ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା । ଅଭିଯୁକ୍ତ ନାବାଳକର ଆବେଦନକୁ ବିଚାର ପାଇଁ ଗ୍ରହଣ କଲେ ହାଇକୋର୍ଟ । ଦଣ୍ଡାଦେଶ ଶୁଣାଇଥିବା ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ।  ପୋକ୍ସୋ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ ନାବାଳକ । ଅଭିଯୁକ୍ତ ନାବାଳକ ପାଇଁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ମାନସ ଚାନ୍ଦ । ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ପୋକ୍ସୋ କୋର୍ଟ ।

୧୪ ଜୁଲାଇ ୨୦୨୦ ମସିହାରେ ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନାବାଳିକା ପରୀକୁ ଦୁଷ୍କର୍ମ ସହ ହତ୍ୟା ହୋଇଥିବା ଭଳି ଘଟଣା ଘଟିଥିଲା । ଘଟଣା ସାମନାକୁ ଆସିବା ପରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚର ଏସଆଇଟି ଏହି ଘଟଣାର ତଦନ୍ତ କରୁଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଏସଆଇଟି ଏହି ଘଟଣାର ତଦନ୍ତ କରି ନାବାଳକ ଅଭିଯୁକ୍ତକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pari case update in nayagarh | Argus News