Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିକେଟ ଆଶାରେ ପରଜଙ୍ଗ ବିଜେଡିରେ ଫାଟ

Odisha

ଟିକେଟ ଆଶାରେ ପରଜଙ୍ଗ ବିଜେଡିରେ ଫାଟ

Jitendra Dash
Browse all articles by Jitendra Dash
·2 years ago·1 min read
ଟିକେଟ ଆଶାରେ ପରଜଙ୍ଗ ବିଜେଡିରେ ଫାଟ

ଅର୍ଗସ ବ୍ୟୁରୋ : ଟିକେଟ ଆଶାରେ ପରଜଙ୍ଗ ବିଜେଡିରେ ଫାଟ । ବିଧାୟକଙ୍କ ନାଁ ନ ନେଇ କଲେ ଟାର୍ଗେଟ । କିଏ ଟିକେଟ ପାଇବ ସେ ନେଇ ଚାଲିଛି ଛକାପଞ୍ଝା । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି । ସେତିକି ପରଜଙ୍ଗ ବିଜେଡ଼ିରେ କନ୍ଦଳ ବଢିବାରେ ଲାଗିଛି । ଏବଂ କିଏ ଟିକେଟ ହାତେଇବ ସେନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ ସେତିକି ବୃଦ୍ଧି ପାଉଛି । ଗୋଟିଏ ପଟେ ଲଗାତାର ଭାବେ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇ ଆସୁଥିବା ବିଧାୟକ ନୃସିଂହ ଚରଣ ସାହୁ ପୁନଶ୍ଚ ଟିକେଟ ଆଶାରେ ଥିବା ରହିଛନ୍ତି । ଅନ୍ୟପଟେ କଙ୍କଡାହାଡ଼ର ପୂର୍ବତନ ବ୍ଲକ ସଭାପତି ତଥା ବର୍ତ୍ତମାନର ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ କାର୍ତ୍ତିକ ସାହୁ ଫୁଲ ଦମରେ ଟିକେଟ ପାଇଁ ଲାଗି ପଡିଛନ୍ତି ।

 

ଏ ନେଇ କାର୍ତ୍ତିକ ସାହୁ ପୂର୍ବରୁ ବିଧାୟକଙ୍କ କୌଣସି ସଭା ସମିତିକୁ ଯାଉନଥିବା ବେଳେ, ଆଜି କଙ୍କଡାହାଡ଼ ଯାତ୍ରା ପଡିଆ ଠାରେ ବନ୍ଧୁମିଳନ ନାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ନିଜ ସମର୍ଥିତ କର୍ମୀ ଓ ଲୋକଙ୍କୁ ନେଇ ଏକ  ବିଶାଳ କାର୍ଯ୍ୟକ୍ରମ କରିଛନ୍ତି । ଉକ୍ତ ସମାବେଶରେ ଲାଗିଥିବା ବ୍ୟାନରରେ ସ୍ଥାନୀୟ ବିଧାୟକଙ୍କ ଫଟୋ ମଧ୍ୟ ରହି ନାହିଁ । ବିଧାୟକଙ୍କ ନା ନ ନେଇ ବିଜେଡିର ଲୋକାଭିମୁଖୀ କାର୍ଯ୍ୟ ସହ ନିଜର ପ୍ରଚାର ମଧ୍ୟ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ କାର୍ତ୍ତିକଙ୍କୁ ଦଳ ଟିକେଟ ଦେବା ପାଇଁ ତାଙ୍କ ସମର୍ଥକମାନେ ଏହି ବନ୍ଧୁମିଳନରେ ଦାବି ଜଣାଇଛନ୍ତି । ତେବେ ଟିକେଟ ପାଇଁ ପରଜଙ୍ଗରେ ଦୁଇ ଫାଳ । ଯାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ତେବେ ଏ ଗୋଷ୍ଠୀ କନ୍ଦଳ ଆଗକୁ କେଉଁ ରୂପ ନେଉଛି ତାହା ହିଁ ପରଜଙ୍ଗ ବିଜେଡିର ଭାଗ୍ୟ ନିର୍ଧାରଣ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
 

Sponsored
Parjang BJP ticket Fight | Argus News