Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ

Odisha

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ

Smruti Parija
Browse all articles by Smruti Parija
·2 years ago
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ

ଗଜପତି:  ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ଚିଠି ଲେଖିଲେ ବିଧାୟକ । ଗଜପତିରେ ବର୍ଷା ଅଭାବରୁ ଚାଷୀ ଓ ଚାଷର ଚିନ୍ତାଜନକ ଅବସ୍ଥା ଦେଖାଦେଇଛି । କାଶୀନଗର, ଗୋଷାଣୀ, ଗୁମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବାବେଳେ କୌଣସି ବଡ଼ ଜଳର ଉତ୍ସ ନାହିଁ । ଫଳରେ ଏଠାରେ ଚାଷୀ ସବୁବେଳେ ବର୍ଷା ଜଳକୁ ହିଁ ନିର୍ଭର କରିଥାଏ । 

ଖରିପ ଋତୁରେ କମ୍ ବର୍ଷା ଯୋଗୁଁ ମରୁଡିର ପଦଧ୍ଵନି

କିନ୍ତୁ ଚଳିତ ବର୍ଷ ଆବଶ୍ୟକୀୟ ପରିମାଣର ବର୍ଷା ନହେବାରୁ ଜମିରେ ଫାଟ ସୃଷ୍ଟି ହୋଇଗଲାଣି । ଫସଲ ହୋଇଥିବା ଧାନ ସବୁ ଜଳ ଅଭାବରୁ ନଷ୍ଟ ହେବାକୁ ବସଲାଣି । ତେଣୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇବା ସହ ଜିଲ୍ଲାକୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
Parlakhemundi MLA K. Narayan wrote a letter to the Chief Minister Declare Gajapati a drought affected district | Argus News