Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟିକେଟ ନମିଳିବାରୁ କିଛିଦିନ ତଳେ ବିଜେଡି ଛାଡିଥିଲେ

Odisha

ଟିକେଟ ନମିଳିବାରୁ କିଛିଦିନ ତଳେ ବିଜେଡି ଛାଡିଥିଲେ

Smruti Parija
Browse all articles by Smruti Parija
·2 years ago·1 min read
ଟିକେଟ ନମିଳିବାରୁ କିଛିଦିନ ତଳେ ବିଜେଡି ଛାଡିଥିଲେ

ଭୁବନେଶ୍ୱର:  ପଦ୍ମ ଧରିଲେ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡା । ଟିକେଟ ନମିଳିବାରୁ କିଛି ଦିନ ତଳେ ସେ ବିଜେଡ଼ି ଛାଡ଼ିଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । 

ପର୍ଶୁରାମ ଧଡାଙ୍କ ସହ ବାଲେଶ୍ଵର ଜିଲ୍ଲାର ଶତାଧିକ ବିଜେଡ଼ି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ିରେ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡି ଥିଲେ ପର୍ଶୁରାମ । 2009 ନିର୍ବାଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର 360 ଭୋଟରେ ପରାଜିତ ହୋଇଥିଲେ । 

ତେବେ 2014 ଏବଂ 2019 ରେ ବିଜେଡ଼ିରେ ଯୋଗଦେଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ମାଧବ ଧଡ଼ାଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ପର୍ଶୁରାମ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
parsuram-dhada-joins-bjp | Argus News