ବାଲେଶ୍ୱର ଜିଲ୍ଲାରେ ୫T ଦୁର୍ନୀତିର ପାର୍ଟ-୨

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ୫T ଦୁର୍ନୀତିର ପାର୍ଟ-୨ । ପ୍ରଥମେ ମିଛ GST ବିଲ୍, ଆଉ ଏବେ ଭୂତ କମ୍ପାନୀ । ସଦର ବ୍ଲକରେ ୫T ବିଦ୍ୟାଳୟ ରୂପାନ୍ତରୀକରଣ ନାଁରେ 6 କୋଟିରୁ ଅଧିକ ଟଙ୍କାର ମହାଘୋଟାଲା । RTI ତଥ୍ୟ ବଳରେ ମହାଖୁଲାସା ହୋଇଛି । ତଥ୍ୟ ଅନୁଯାୟୀ, ଛାନୁଆ ସରକାରୀ ପଞ୍ଚାୟତ ହାଇସ୍କୁଲ ପାଇଁ ଭିନାୟକ ସାଇଣ୍ଟିଫିକ୍ ବ୍ୟବସାୟିକ ଅନୁଷ୍ଠାନରୁ ୨୦୨୨ ମସିହାରେ କିଣାଯାଇଥିଲା ସାମଗ୍ରୀ । ମେ ୧୧ରେ ୧ ଲକ୍ଷ ୩୩ ହଜାର ଟଙ୍କାର ଟେବୁଲ, ବେଞ୍ଚ ସାମଗ୍ରୀ କିଣାଯାଇଛି । ଏପ୍ରିଲ ୨୦ରେ ୧ ଲକ୍ଷ ୪ ହଜାର ଟଙ୍କାର ସାମଗ୍ରୀ କିଣାଯାଇଛି । ଏପ୍ରିଲ ୫ରେ ୫୦ ହଜାର ୧୦୨ ଟଙ୍କା ଓ ମେ ୩ରେ ୧ ଲକ୍ଷ ୪୦ ହଜାର ଟଙ୍କାର ସାମଗ୍ରୀ କିଣାଯାଇଥିବା ବିଲରେ ଦର୍ଶାଯାଇଛି ।
ଆଶ୍ଚର୍ଯ୍ୟର କଥା ଭିନାୟକ ସାଇଣ୍ଟିଫିକ୍ ନାଁରେ ଓଡ଼ିଶାରେ କୌଣସି କମ୍ପାନୀ ହିଁ ନାହିଁ । ଭୂତ କମ୍ପାନୀକୁ ଦର୍ଶାଇ ୪୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି । GST ନମ୍ବରରେ ଦର୍ଶାଯାଇଥିବା କମ୍ପାନୀର ଠିକଣା ଅନୁଯାୟୀ ଖାତା ନମ୍ବର ରହିଛି ୧୦୪୭/୩୮୭, ପ୍ଲଟ ନଂ- ୨୦୯୫/୨୮୫୨ ଛାନୁଆ ପଞ୍ଚାୟତ ବସ୍ତା ବ୍ଲକ ବାଲେଶ୍ବର । ଜମିର ମାଲିକ ହେଉଛନ୍ତି ରାମଚନ୍ଦ୍ର ନାୟକ ପିତା ବିପ୍ର ନାୟକ । କିନ୍ତୁ ସେ ସ୍ଥାନରେ କୌଣସି ଏଭଳି ଦୋକାନ ହିଁ ନାହିଁ କି ସେ ଜମି ମାଲିକ ବି ଜାଣି ନାହାଁନ୍ତି ତାଙ୍କ ଜମିର ନକଲି କାଗଜ ଦେଇ ଭୂତ କମ୍ପାନୀ ଖୋଲି ଟଙ୍କା ଲୁଟ ହୋଇଛି । ବିଜେଡି ନେତା ଓ ଅଫିସର୍ ମିଳିମିଶି ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: