Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

Manini Pattanayak
Browse all articles by Manini Pattanayak
·2 years ago·1 min read
 ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଖୋର୍ଦ୍ଧା: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳରୁ ୬ ଜଣ ଯାତ୍ରୀଙ୍କୁ ନେଇ ମା' କାଳିଜାଇଙ୍କୁ ଦର୍ଶନ କରେଇବା ପାଇଁ  ଯିବାବେଳେ ଡଙ୍ଗାଟି ମଝି ଚିଲିକା ର ଅକାତ କାତ ଜଳ ମଧ୍ୟରେ ଫସିରହିଛି। ଡଙ୍ଗାଟିରେ ୬ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି। ଡଙ୍ଗା ମେସିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ଡଙ୍ଗାଟି ମଝି ଚିଲିକା ରେ ଫସି ରହି ଥିବା ସୂଚନା। । ସକାଳ ୯ ଟା  ସମୟରେ ଯାତ୍ରୀ ବାହି ଡଙ୍ଗାଟି  ବାଲୁଗାଁ ଚିଲିକା କୂଳ ନିକଟରୁ ୬ ଜଣ ଯାତ୍ରୀଙ୍କୁ ନେଇ ଚିଲିକା ମଧ୍ୟରେ ଥିବା ମା କାଳିଜାଇ ଅଭିମୁଖେ ବାହାରିଥିଲେ। ।

କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ମେସିନ ଖରାପ ହୋଇଯାଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଛି।  ଯାତ୍ରୀମାନେ ହନ୍ତସନ୍ତ ହେଉଥିବାବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ନାହାନ୍ତି। ଫସି ରହିଥିବା ସମସ୍ତ ଯାତ୍ରୀ ଗଂଞ୍ଜମ ଜିଲ୍ଲାର ବୋଲି ଜଣା ପଡ଼ିଛି। ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ଲାଇଫି ଜ୍ୟାକେଟ ବ୍ୟବହାର କରିବା କଥା ତାହା କରାଯାଇ ନାହିଁ।ଡଙ୍ଗାଟି ବାଲୁଗାଁ ମା" କାଳିଜାଇ ମୋଟର ବୋଟ ଆସୋସିଏସନ ବୋଲି ଜଣା ପଡ଼ିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Passenger boat stranded in central Chilika.It has been reported that there were 6 passengers in the boat. | Argus News