ଜରପଡା ଛକରେ ଯାତ୍ରୀବାହୀ ବସ- ହାଇୱା ମୁହାଁମୁହିଁ ଧକ୍କା
·2 years ago

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଛକରେ ଯାତ୍ରୀବାହୀ ବସ- ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାଇପୁରୁ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଡଳଫିନ୍ ବସ ଯାଉଥିବା ବେଳେ ଜରପଡା ଥାନା ନିକଟ ଛକରେ ରାତିରେ ୩ଟା ୩୦ରେ ଏକ ବାଲି ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
