Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନ୍ୟ ରାଜ୍ୟରେ କମ୍, ଓଡ଼ିଶାରେ କାହିଁକି ଅଧିକ ଆଳୁ ଦର ?

Odisha

ଅନ୍ୟ ରାଜ୍ୟରେ କମ୍, ଓଡ଼ିଶାରେ କାହିଁକି ଅଧିକ ଆଳୁ ଦର ?

Smruti Parija
Browse all articles by Smruti Parija
·2 years ago·2 min read
ଅନ୍ୟ ରାଜ୍ୟରେ କମ୍, ଓଡ଼ିଶାରେ କାହିଁକି ଅଧିକ ଆଳୁ ଦର ?

Key Points

  • ରାଜ୍ୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼
  • ସପ୍ତାହରେ ବଢ଼ିଲା 10 ଟଙ୍କା, ଆଳୁ କେଜି 30 ଟଙ୍କାରୁ ଅଧିକ
  • ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବଜାର
  • ଅନ୍ୟ ରାଜ୍ୟରେ କମ୍, ଓଡ଼ିଶାରେ କାହିଁକି ଅଧିକ ଆଳୁ ଦର ?
  • ଦର ବୃଦ୍ଧି ପଛରେ ରହିଛି କି ଷଡ଼ଯନ୍ତ୍ର ?
  • ନିର୍ବାଚନୀ ଚାନ୍ଦା ପାଇଁ ସପ୍ଲାଏ ଚେନକୁ ଫାଇଦା ଦେବାକୁ ଖାଉଟିଙ୍କ ଉପରେ ଲଦାଯାଉଛି ବୋଝ ?

ଅର୍ଗସ ବ୍ୟୁରୋ: ରାଜ୍ୟରେ ନିୟନ୍ତ୍ରଣ ବାହାରେ ଆଳୁ ଦର । ଗତ ସପ୍ତାହକ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି । ଏବେ ଆଳୁ ଅମଳ ସମୟ । ଏଭଳି ସମୟରେ ଅହେତୁକ ଦରବୃଦ୍ଧି ଅସ୍ବାଭାବିକ । ଦିଲ୍ଲୀ ଓ ସୁରଟ ଭଳି ବଡ଼ ବଡ଼ ସହରରେ ବି ଆଳୁ କେଜି ପିଛା ସର୍ବାଧିକ 25 ଟଙ୍କା ହିଁ ରହିଛି । ଏପଟେ ଆମ ରାଜ୍ୟରେ ରୋଷେଇ ଘରର ଏହି ମୁଖ୍ୟ ପରିବା କେଜି ଦର ଏବେ 30 ଟଙ୍କା ଡେଇଁଲାଣି। ଯାହା ଖାଉଟିଙ୍କୁ ଖୁବ୍ ବାଧୁଛି । 

ରାଜ୍ୟରେ ହେଉଥିବା ଆଳୁ ଉତ୍ପାଦନ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ। ଏଣୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆମଦାନୀ ଆଳୁ ହିଁ ମେଣ୍ଟାଏ ଆମ ଓଡ଼ିଶାର ଚାହିଦା । କୋରାପୁଟ ଜିଲ୍ଲାର ପଟାଙ୍ଗି ଓ ନନ୍ଦପୁରରେ ହୁଏ ଆଳୁ ଉତ୍ପାଦନ। କିନ୍ତୁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ସଂରକ୍ଷିତ କରିପାରନ୍ତି ନାହିଁ। ଅମଳ ଋତୁରେ ଖୁବ୍ କମ୍ ଦରରେ ବିକ୍ରି କରନ୍ତି । ଆଉ ପରେ ରାଜ୍ୟର ଖାଉଟିଙ୍କ ଉପରେ ପଡ଼େ ମହଙ୍ଗା ମାଡ଼ । ଗୋଟିଏ ପଟେ ଉତ୍ପାଦନ ବୃଦ୍ଧି ଓ ସଂରକ୍ଷଣ ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି, ଅନ୍ୟପଟେ ରାଜ୍ୟରେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବଜାର । ଅଭିଯୋଗ ହେଉଛି ଆଳୁ ଦର ବୃଦ୍ଧି ପଛରେ ରହିଛି ବିଧିବଦ୍ଧ ଷଡ଼ଯନ୍ତ୍ର। ନିର୍ବାଚନୀ ଚାନ୍ଦା ଆଦାୟ ପାଇଁ ସପ୍ଲାଏ ଚେନକୁ ଫାଇଦା ଦେବାକୁ ଖାଉଟିଙ୍କ ଉପରେ ଲଦାଯାଉଛି ବୋଝ।

ଆଳୁ ଉତ୍ପାଦନ ବୃଦ୍ଧି କରି ଆତ୍ମନିର୍ଭର ହେବାକୁ ରାଜ୍ୟ ସରାକର ଆରମ୍ଭ କରିଥିଲେ ଆଳୁ ମିଶନ। ପୁଣି ସଂରକ୍ଷଣ ପାଇଁ ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ ସରକାର। ଅନ୍ୟପଟେ ବିଧାନସଭାରେ କୃଷିମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଥିବା 133 ଶୀତଳ ଭଣ୍ଡାରରୁ 97ଟି ଅଚଳ। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। କହିଛନ୍ତି ରାଜ୍ୟ ସରକାରଙ୍କ ଅପାରଗତା ଓ ବିଫଳତାରୁ ହିଁ ରାଜ୍ୟବାସୀଙ୍କ ଉପରେ ପଡୁଛି ମହଙ୍ଗା ମାଡ଼। କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଳୁ ମିଶନ ? ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବାକୁ ହୋଇଥିବା ଘୋଷଣା କେତେଦୂର ପୂରଣ କରିଛନ୍ତି ସରକାର । ଅଦା ଓ ରସୁଣ ପରେ ଆଳୁ ଦରରେ ବି ଅହେତୁକ ଦରବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଭଳି । କିନ୍ତୁ ଜାଣିଶୁଣି ଲୋକଙ୍କୁ ଖର୍ଚ୍ଚାନ୍ତ କରାଉଛନ୍ତି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
patato-price-hike-in-odisha | Argus News