Videos
|
Odisha

Patharagadia Bombing Bhubaneswar / ଗାଁରେ ବୋମା ମାଡ଼ ଉଦ୍ୟମ; ବୋମା ଛାଡ଼ି ଦୌଡିଲେ ଦୁର୍ବୃତ୍ତ

Subhramjit Ray
Browse all articles by Subhramjit Ray
·41 mins ago·1 min read
ଗାଁରେ ବୋମା ମାଡ଼ ଉଦ୍ୟମ; ବୋମା ଛାଡ଼ି ଦୌଡିଲେ ଦୁର୍ବୃତ୍ତ
Patharagadia Bombing Bhubaneswar

Key Points

ପଥରଗାଡ଼ିଆ ବାରମାଣରେ ପୂର୍ବ ଶତ୍ରୁତାକୁ ନେଇ ହଣାହଣି ସହ ବୋମା ମାଡ଼ ଉଦ୍ୟମI
ରାଜଧାନୀ ଉପକଣ୍ଠସ୍ଥ ପଥରଗାଡ଼ିଆ ବାରମାଣରେ ବୋମା ମାଡ଼ ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ। ପଥରଗାଡ଼ିଆ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ହଣାହଣି ହେବା ବୋମା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଗତକାଲି ରାତିରେ ଗାଁକୁ ପ୍ରାୟ ୧୫ ଜଣରୁ ଅଧିକ ଦୁର୍ବୃତ୍ତ ବୋମା ମାଡ଼ କରିବାକୁ ଆସିଥିଲେ। ଗାଁ ଲୋକଙ୍କ କହିବା ଅନୁସାରେ ସେମାନେ ଏକାଠି ହୋଇ ପାଲଟା ଆକ୍ରମଣ କରିବା ପରେ ଦୁର୍ବୃତ୍ତ ବୋମା ଛାଡ଼ି ଦୌଡି ପଳାଇଥିଲେ।

ଖବର ଅନୁସାରେ ଗାଁ ମୁଣ୍ଡରେ ଭାଗିରଥି କାଣ୍ଡି ନାମକ ଜଣେ ବ୍ୟକ୍ତି ଭଡ଼ାରେ ରହୁଥିଲେ। ହେଲେ ଗାଁ ଲୋକଙ୍କ ସହ ପାଟିତୁଣ୍ଡ ପରେ, ଗାଁର ୩ ଜଣ ଯୁବକଙ୍କ ଉପରେ ଖଣ୍ଡାରେ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ବୋମା ମାଡ଼ କରିବାକୁ ପ୍ରୟାସ କରିଥିବା ନେଇ ଗାଁ ଲୋକ ଅଭିଯୋଗ କରିଥିଲେ। ଗ୍ରାମବାସୀ ପ୍ରାୟ ୧୨ ରୁ ଅଧିକ ବୋମା ଜବତ କରି ରଖିଛନ୍ତି। ଭାଗିରଥି କାଣ୍ଡି ଯେଉଁ ଘରେ ରହୁଥିଲେ ସେହି ଘରେ ଆହୁରି ବୋମା ଏବଂ ମାରଣାସ୍ତ୍ର ରହିଥିବାର ସନ୍ଦେହ କରୁଛନ୍ତି ଗାଁ ଲୋକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: