Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା

Odisha

ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା

କଟକ : ନବୀନଙ୍କ ୨୪ ବର୍ଷର ଶାସନ । ଓଡିଶା ରୂପାନ୍ତରୀକରଣର ବଡ ବଡ ପ୍ରତିଶୃତି । ହେଲେ ଓଡିଶାର ସ୍ବାସ୍ଥ୍ୟବସ୍ଥାର ଚିତ୍ର ଦେଖିଲେ ଆପଣ ଓଡିଶାର ପ୍ରକୃତ ବିକାଶ କଥା ଜାଣିପାରିବେ । ଡାକ୍ତର ଖାନାରେ ଲାଇଟର ବ୍ୟବସ୍ଥା ନାହିଁ । ଟର୍ଚ୍ଚ ଲାଇଟରେ ଚିକିତ୍ସା ହେଉଛନ୍ତି ରୋଗୀ । ଆଉ ତାହା ବି କୌଣସି ଉପାନ୍ତ ଇଲାକା ନୁହେଁ ବରଂ କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟସେବା କେନ୍ଦ୍ରର । ସୂଚନା ମୁତାବକ ଗତକାଲି ରାତିରେ ସାମାନ୍ୟ ବର୍ଷା ହେବାରୁ ବିଦ୍ୟୁତ ସେବା ବ୍ୟାଘାତ ଘଟିଥିଲା । ହେଲେ ହସ୍ପଟାଲରେ କୌଣସି ବ୍ୟବସ୍ଥା ନଥିବାରୁ ଟର୍ଚ୍ଚରେ ଚାଲିଥିଲା ରୋଗୀସେବା ।

ଅଧିକ ପଢନ୍ତୁ : ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ

ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩୫ ଗୋଟି ପଞ୍ଚାୟତର ଲୋକ ନିର୍ଭର କରୁଛନ୍ତି । ସାଲେପୁରର ଅପାରଗତା ବିଧାୟକଙ୍କ ପାଇଁ ସାଲେପୁରବାସୀ ଉନ୍ନତଧରଣର ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଟାଙ୍ଗି, ସାଲେପୁର , ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ବିଜେଡିର ଯୁବସଂଙ୍ଗଠକ ବିଶେଶ୍ବର ସ୍ବାଇଁ ପ୍ରକାଶ କରିଛନ୍ତି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
patient treatment is going on by torch light in salepur hospital | Argus News