|
logo
Live

Argus News - ଡାକ୍ତରଖାନାରେ ଅଜବ ଚିତ୍ର , ରୋଗୀଙ୍କ ସଂପର୍କୀୟ ସାଜି ଗାଡି ଚୋରି କରିନେଲେ

Odisha

ଡାକ୍ତରଖାନାରେ ଅଜବ ଚିତ୍ର , ରୋଗୀଙ୍କ ସଂପର୍କୀୟ ସାଜି ଗାଡି ଚୋରି କରିନେଲେ

Smruti Parija
Browse all articles by Smruti Parija
·2 years ago·1 min read
ଡାକ୍ତରଖାନାରେ ଅଜବ ଚିତ୍ର , ରୋଗୀଙ୍କ ସଂପର୍କୀୟ ସାଜି ଗାଡି ଚୋରି କରିନେଲେ

ମୟୂରଭଞ୍ଜ:  ଡାକ୍ତରଖାନାରେ ଅଜବ ଚିତ୍ର । ରୋଗୀଙ୍କ ସଂପର୍କୀୟ ସାଜିବାର ଅଭିନୟ କଲେ । ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ । ଶେଷରେ ରୋଗୀଙ୍କ ସଂପର୍କୀୟଙ୍କ ଗାଡି ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ଉଦଳା ଡାକ୍ତରଖାନାରେ । ଆଉ ପୁରା ଚୋରି ଘଟଣାର ଲାଇଭ ଭିଜୁଆଲ କଏଦ ହୋଇଛି ସିସିଟିଭିରେ । ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଜ୍ୟୋସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତକାଲି ଅପରାହ୍ନରେ ଜ୍ୟୋସ୍ନା ନାୟକଙ୍କ ସଂପର୍କୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ମହିଳା ଜ୍ୟୋସ୍ନା ନାୟକ ନିଜ ସଂପର୍କୀୟଙ୍କ ନିକଟକୁ ନିଜ ସ୍କୁଟିରେ ଯାଇଥିଲେ । ଡାକ୍ତରଖାନାରେ ନିଜ ସ୍କୁଟି ରଖି ସେ ରୋଗୀଙ୍କ ନିକଟକୁ ଯାଇଥିଲେ । ଜଣେ ଅଜଣା ବ୍ୟକ୍ତି ହଠାତ୍ ଆସି ରୋଗୀ ଆସିଥିବା ୧୦୮ ଆମ୍ବୁଲାନ୍ସରୁ ବାଲଟି ଆଣି ଜ୍ୟୋସ୍ନାଙ୍କ ସଂପର୍କୀୟଙ୍କୁ ଦେଇଥିଲେ । 

ଏହା ପରେ ମାତ୍ର ୧୫ ମିନିଟ୍ ଭିତରେ ଉକ୍ତ ଯୁବକ ଜଣକ ସ୍ପଷ୍ଟ ଦିବାଲୋକରେ ଜ୍ୟୋସ୍ନାଙ୍କ ସ୍କୁଟିକୁ ଡାକ୍ତରଖାନା ପରିସରରୁ ଲୁଟି ନେଇ ଚାଲିଯାଇଥିଲେ । ପରେ ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଏ ନେଇ ଜ୍ୟୋସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଏହି ଲୁଟ୍ ଆଉ ଲୁଟ୍‌ର ବାହାନା ପୁରା ସିସିଟିଭିରେ କଏଦ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଡାକ୍ତରଖାନାରେ ଅଜବ ଚିତ୍ର , ରୋଗୀଙ୍କ ସଂପର୍କୀୟ ସାଜି ଗାଡି ଚୋରି କରିନେଲେ | Argus News