Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଡିଛି ତାଲା

Banajyotshna Ray
Browse all articles by Banajyotshna Ray
·2 years ago
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଡିଛି ତାଲା

ଅର୍ଗସ ବ୍ୟୁରୋ: କଂଗ୍ରେସ ଭବନରେ ପଡିଛି ତାଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ତାଲା ପଡିଛି ବୋଲି ଅଭିଯୋଗ କରିଛନ୍ତି ନିକଟରେ ଦଳରୁ ନିଲମ୍ବିତ ହୋଇଥିବା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀୟା ସ୍ମିତା ପଣ୍ଡା । ତାଙ୍କ ଉପରେ ଯେଉଁ ଅନ୍ୟାୟ ହୋଇଛି ତାର ପୁନର୍ବିଚାର ପାଇଁ ତାଙ୍କୁ କଂଗ୍ରେସ ଭବନ ଆସିବାକୁ କୁହାଯାଇ ଥିଲା । ହେଲେ ସେ ଠିକ ସମୟରେ ପହଞ୍ଚିଥିଲେ ମଧ୍ୟ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପଡିଥିଲା । ନ୍ୟାୟ ପାଇଁ ଦାବି କରି ସେ କଂଗ୍ରେସ ଭବନ ସମ୍ମୁଖରେ ଧାରଣାରେ ବସିଥିଲେ ।  ଯେ ପର୍ଯ୍ୟନ୍ତ ତାଙ୍କ କଥା ବିଚାର ନହୋଇଛି ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ସେ ଅନେକ ଦାବି କରିଛନ୍ତି। ଯଥାଶିଘ୍ର ତାଙ୍କ ଦାବିକୁ ଶୁଣି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଧାରଣା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PCC president Sarat Patnaik ordered the lock up in congress bhawan | Argus News