ବେଲପଡ଼ା ବ୍ଲକରେ ପିଡିଏସ ଚାଉଳ ହେଉଛି ବାଟମାରଣା

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କର ଇଏ କେଉଁ ପ୍ରକାର ଯୋଜନା। ୨୦ କେଜି ଚାଉଳରୁ ୫କେଜି ଚାଉଳ ଗାୟବ। ଗରିବ ହିତାଧିକାରୀଙ୍କ ଚାଉଳ ଖାଇକି କଣ ତୁମେ ହଜମ କରିପାରିବ। ତେବେ କଥାଟା ହେଉଛି ସରକାର ଗୋଟିଏ ପରିବାରର 4ଜଣଙ୍କୁ 20କେଜି ଚାଉଳ ଦେବାକଥା ହେଲେ ସେଥିରୁ ପାଞ୍ଚ କେଜି ଚାଉଳ କାଟି ତା ବଦଳରେ ମାଗଣାରେ ମିଳୁଥିବା ପାଞ୍ଚ କେଜି ମାଣ୍ଡିଆ ଦେଉଛନ୍ତି। ତେବେ କଟାଯାଇଥିବା 5କେଜି ଚାଉଳ କୁଆଡେ ଯାଉଛି। ସେ ପଟେ ମୂଷା ଏପରି କରୁଥିବାରୁ ମାଣ୍ଡିଆ ଦିଆଯାଉଛି ବୋଲି ଯୋଗାଣ ସହାୟକ ହାସ୍ୟାସ୍ପଦ କଥା କହିଛନ୍ତି।
ବେଲପଡା ବ୍ଲକ ସରମୂହାନ ପଞ୍ଚାୟତ ଅନ୍ତର୍ଗତ ଭାଲୁଖାଇ ଗ୍ରାମରୁ ଆସିଛି ଅଭିଯୋଗ । ଭାଲୁ ଖାଇ ଗାଁର 250ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି। ଗାଁର ହିତାଧିକାରୀ ମାନେ ପଞ୍ଚାୟତରୁ ଚାଉଳ ଆଣିଗଲେ ପାଞ୍ଚ କେଜି କାଟି ମାଣ୍ଡିଆ ଦିଆଯାଉଛି। ସରକାର ମାଗଣାରେ ମାଣ୍ଡିଆ ଦେଉଥିବା ଲୋକେ ଜାଣିପାରୁନାହାନ୍ତି ତାହାର ସୁଯୋଗ ନେଇ ଯୋଗାଣ ସହାୟକ ପାଞ୍ଚ କେଜି ଚାଉଳ ବାଟମାରଣା କରୁଛନ୍ତି ।
କଟା ଯାଉଥିବା ପାଞ୍ଚ କେଜି ଚାଉଳ କୁଆଡେ ଯାଉଛି। ସେପଟେ ମୂଷା କାଟୁଥିବା କହି ମାଣ୍ଡିଆ ଦେଉଥିବା ଯୋଗାଣ ସହାୟକ କହୁଛନ୍ତି। ଏନେଇ ଭାଲୁଖାଇ ଗ୍ରାମବାସୀ ମାନେ ବେଲ ପଡା ବିଡ଼ିଓଙ୍କୁ ଭେଟି ସମସ୍ୟା ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଗ୍ରାମବାସୀ ମାନେ ପାଟଣାଗଡ଼ ଆସି ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ଅଫିସକୁ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ପାଟଣାଗଡ଼ ଉପଜିଲ୍ଲାପାଳ ଅମିତ କୁମାର ନାୟକ କଣ କହୁଛନ୍ତି ଶୁଣନ୍ତୁ। ଯୋଗାଣ ସହାୟକଙ୍କ ପ୍ରତି ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛନ୍ତି? ତେବେ ତାହା ଦେଖିବାକୁ ବାକି ରହିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର