Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଡିଏସ୍ ଚାଉଳ ଓଜନରେ ହେରାଫେରି ପାଇଁ ବନ୍ଧା ପଡିଲେ ବିଡିଓ

Rashmita Mishra
Browse all articles by Rashmita Mishra
·1 year ago·1 min read
ପିଡିଏସ୍ ଚାଉଳ ଓଜନରେ ହେରାଫେରି ପାଇଁ ବନ୍ଧା ପଡିଲେ ବିଡିଓ

ଅର୍ଗସ ବ୍ୟୁରୋ: ଚାଉଳ ପାଇଁ ବନ୍ଧା ପଡିଲେ ବିଡିଓ। ମୟୂରଭଞ୍ଜ ବେତନଟୀ ବ୍ଲକ୍ ଅଧିନରେ ଥିବା ନଡୁପୁର୍ ପଞ୍ଚାୟତର ଘଟଣା।   ନଡୁପୁର୍ ପଞ୍ଚାୟତରେ ଚଳିତ ମାସ ୨ ତାରିଖ ରେ ପିଡିଏସ୍ ଚାଉଳ ଓଜନରେ ହେରାଫେରି ର ଖବର ଅର୍ଗସ୍ ନିଉଜରେ ପ୍ରସାରଣ ହୋଇଥିଲା। ଆଜି ଘଟଣାର ତଦନ୍ତ କରିବାକୁ ଆସିଥିବା ବେତନଟୀ ବ୍ଲକ୍ ର ବିଡ଼ିଓ ଗୋପିନାଥ ଖାକା ଓଜନ ମେସିନ୍ କୁ  ପରଖିବାରୁ ପ୍ରକୃତ ରେ ଲୋକଙ୍କୁ ଦିଆଯାଇଥିବା ଚାଉଳର ଓଜନ କମ୍ ଥିବା ଯାଣିବାକୁ ପାଇଥିଲେ । ତେବେ ପଞ୍ଚାୟତ ବାସୀ ଙ୍କୁ ବିଡ଼ିଓ ତଦନ୍ତର ସଠିକ୍ ରିପଟ୍ ନଦେବାରୁ ବିଡ଼ିଓ ଗୋପିନାଥ ଖାକାଙ୍କୁ ପଞ୍ଚାୟତ ଭିତରେ ପୁରାଇ ତାଲା ପକାଇଲେ ଗ୍ରାମବାସୀ। ତେବେ ଦିନ ୧୧ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦିର୍ଘ ୬ ଘଣ୍ଟା ବିଡିଓଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ଘଟଣାର ସମାଧାନ ନହେବାରୁ ଶେଷରେ ବେତନଟୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝେଇବାକୁ ଚେଷ୍ଟା ଚଳାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored