Videos
|
Odisha

ସହର ଠାରୁ ପାଖରେ, ହେଲେ ବିକାଶ ଠାରୁ ଦୂରରେ ୨୭ ପରିବାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସହର ଠାରୁ ପାଖରେ, ହେଲେ  ବିକାଶ ଠାରୁ ଦୂରରେ ୨୭ ପରିବାର

ଅର୍ଗସ ବ୍ୟୁରୋ:  ସହର ଠାରୁ ପାଖରେ କିନ୍ତୁ ବିକାଶ ଠାରୁ ବହୁ ଦୂର ରେ ପେନାମୁଣ୍ଡା। ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର 2 ରୁ 3 କିଲୋମିଟର ଦୁରରେ ରହିଛି ମାତ୍ର ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ଦୁର୍ଗମର ଚିତ୍ର। ଗାଁରେ ସମୁଦାୟ 27 ପରିବାର ବସବାସ କରନ୍ତି। କିନ୍ତୁ ବିକାଶ କଣ ଏମାନଙ୍କୁ ଅଜଣା। ଦୀର୍ଘ ପଚିଶ ବର୍ଷର ସ୍ଥିର ରାଜ୍ୟ ସରକାର ଦୂର କରିପାରି ନାହାନ୍ତି ଜଳକଷ୍ଟ । ପ୍ରଚାର ପ୍ରସାର ରେ ସୀମିତ ବସୁଧା ଯୋଜନା। ଆଜିବି ଏ ଚୁଆ ରୁ ସେ ଚୁଆ ବୁଲି ବୁଲି ପାଣି ସଂଗ୍ରହ କରୁଛନ୍ତି ପେନାମୁଣ୍ଡାବାସୀ।  ସେ ବି ଗୋଳିଆ ପାଣି । ତେବେ ପାଣି ଯୋଗାଣ ପାଇଁ କିଛି ବନ୍ଦୋବସ୍ତ ନଥିବାରୁ ଏହି ପାଣି ନେଇ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ।

ବ୍ଲକ ପାଖରେ ଥାଇବି ଆଜି ଯାଏଁ ଗାଁକୁ ଭଲ ରାସ୍ତା ଖଣ୍ଡେ ସଂଯୋଗ ହୋଇ ପାରିନି। ଫଳରେ ଗମନାଗମନରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ପେନାମୁଣ୍ଡା ଗାଁ କୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରିବା ପାଇଁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ରାସ୍ତାକୁ ଖୋଳି ଦେଲେ ହେଲେ  ପୋଲ ନିର୍ମାଣ କାମ କରିବା ପାଇଁ ଭୁଲି ଗଲେ। ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ରାସ୍ତା ପାର୍ଶ୍ଵରେ କାଠ ପକାଇ ଯିବା ଆସିବା କରୁଛନ୍ତି। ଖାଲି ପାଣି କି ରାସ୍ତା ନୁହେଁ ଗାଁରେ ଆଜିବି ଆବାସ ଅପହଞ୍ଚ। ବହୁ ଯୋଗ୍ୟ ହିତାଧିକାରୀ ଥାଇବି ପକ୍କାଘର ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଫଳରେ ଆଜିବି ଝାଟିମାଟି ଘରେ ରହିବାକୁ ବାଧ୍ୟ ହେଉଛନ୍ତି ପେନାମୁଣ୍ଡାବସୀ। ଖାଲି ଆବାସ କାହିଁ ପାଠ ପଢିବାରେ ମଧ୍ୟ ଏଠାକା ଶିଶୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ବ୍ଲକ ପାଖରେ ଗାଁ ତଥାପି ଏଠାରେ ଯୋଜନା ଅପହଞ୍ଚ। ସରକରୀ ସହାୟତା ବିନା ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ପେନାମୁଣ୍ଡାବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Penamunda is far from developed | Argus News