ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ମାମଲା, ଖୋଲିବ ଫାଇଲ
·1 year ago·1 min read

ଅର୍ଗସ ବ୍ୟୁରୋ: ଖୋଲିବ ସ୍ମିତାରାଣୀ ହତ୍ୟା ମାମଲାର ଫାଇଲ୍ ! ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲା । କେସ୍ ରିଓପନ୍ କରିବାକୁ ବିଜେପି ଓବିସି ମୋର୍ଚ୍ଚାର ଦାବି । ଆଇନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ଓବିସି ମୋର୍ଚ୍ଚାର ନେତୃବୃନ୍ଦ । ସରକାର ଯଥାଯୋଗ୍ୟ ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ସୋସିଆଲ୍ ମିଡିଆରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡକୁ ୫ବର୍ଷ ପୂରିବ। ହେଲେ ଏଯାଏ ଏହି ମାମଲା ଉପରୁ ପରଦା ହଟିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା? ହତ୍ୟା ପୂର୍ବରୁ ତାଙ୍କ ସହିତ କ’ଣ ଘଟିଥିଲା? ଏହି ଘଟଣାରେ ଆଉ କିଏ ସଂପୃକ୍ତ ଥିଲେ କି? ଏ ସମସ୍ତ ଘଟଣା ଲୋକଲୋଚନକୁ ଆସିପାରିନାହିଁ। ଏପଟେ ସ୍ବର୍ଗତ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ ଓ ତାଙ୍କର ଏକମାତ୍ର ଶିଶୁକନ୍ୟାଙ୍କୁ ନ୍ୟାୟ ମିଳିପାରିନାହିଁ।
ଅଧିକ ପଢ଼ନ୍ତୁ ଓଡିିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: