Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୫ ବର୍ଷ ଶାସନର ବିଫଳତା ପାଇଁ ଲୋକେ ଖଡ଼ଗହସ୍ତ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୫ ବର୍ଷ ଶାସନର ବିଫଳତା ପାଇଁ ଲୋକେ ଖଡ଼ଗହସ୍ତ

ଅର୍ଗସ ବ୍ୟୁରୋ:  ଦୁଇ ଦିନରେ ଦୁଇ ଦୁଇ ଥର ହଟହଟା ଖଲ୍ଲିକୋଟ ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ । ଗାଁରେ ପୁରାଇ ଦେଲେନି, ପ୍ରଶ୍ନବାଣରେ ଘାଇଲା କଲେ ଲୋକେ । ଏ ଦୃଶ୍ୟ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କଞ୍ଚଣା ଓ ବାଣିଆ ଗାଁରୁ । ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ ବିଧାୟିକା । 5 ବର୍ଷ ଭିତରେ ଗାଁ ପାଇଁ କଣ କରିଛି କହି କାମର ହିସାବ ମାଗିଲେ ଗ୍ରାମବାସୀ । ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ? ପ୍ରଶ୍ନ କରି ଘେରିଲେ । ରାତିରେ କଞ୍ଚଣା ଗାଁକୁ ଯାଇ ବିରୋଧର ଶିକାର ହୋଇଥିଲେ ବିଧାୟିକା । ଆଉ ତା ପରଦିନ ବାଣିଆ ଗାଁକୁ ଯାଇ ମଧ୍ୟ ବିରୋଧ ଯୋଗୁଁ ପ୍ରଚାର କରିନପାରି ଫେରିଛନ୍ତି ସୂର୍ଯ୍ୟମଣି ବୈଦ୍ୟ ।

ଏବେ ୟେ ଚିତ୍ର ଉପରେ ନଜର ପକାନ୍ତୁ । ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କୁ ଘେରି ବିକାଶର ହିସାବ ମାଗୁଛନ୍ତି ଗ୍ରାମବାସୀ । ପ୍ରଚାର କରିବାକୁ ଯାଇଥିବାବେଳେ ଗାଁ ଭିତରେ ପୁରାଇ ଦେଲେନି 3 3ଟି ଗାଁ ଲୋକେ । ଡିଆଁଡେଇଁ, ମଧରୁଚୁଆ, ଆର୍ଯ୍ୟପଲ୍ଲୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଅଟକାଇ ଅସନ୍ତୋଷ ଝାଡିଥିଲେ ଲୋକେ । ଦୀର୍ଘ ବର୍ଷ ଶାସନରେ କଣ କରିଛି, ରାସ୍ତା-ପାନୀୟ ଜଳ ପ୍ରସଙ୍ଗ ଉଠାଇ ଉତ୍ତର ମାଗିଥିଲେ ଗ୍ରାମବାସୀ ।

କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କୁ ଜୋରଦାର୍ ପ୍ରତିବାଦ କରାଯାଉଛି ତା ନୁହେଁ ସାରା ରାଜ୍ୟରେ ସମାନ ସ୍ଥିତି । ପ୍ରଚାର ପାଇଁ ଆସି ରାୟଗଡ଼ା କଲନରା ବ୍ଲକ୍ ମଉଡ଼ିଗୁଡା ଗାଁରେ ହଟହଟା ହୋଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ସେହିପରି ପାଣି ପାଇଁ ଢେଙ୍କାନାଳ ବିଜେଡି ବିଧାୟକ ପ୍ରାର୍ଥୀ ସୁଧୀର ସାମଲଙ୍କୁ ଘେରିଥିଲେ ଲୋକେ । ଅନ୍ୟପଟେ ସଭା କରିବାକୁ ଆସି ବିରୋଧର ଶିକାର ହୋଇ ଫେରିଲେ ପ୍ରଣବ ପ୍ରକାଶ ଦାସଙ୍କ ମା ତଥା କୋରେଇ ବିଜେଡି ବିଧାୟିକା ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛିଦିନ ତଳେ କେନ୍ଦୁଝର କେଶଦୁରାପାଳ କୁରାଳ ସାହିରେ ପାଣି ପାଇଁ କିଛିଦିନ ତଳେ ମହିଳାଙ୍କ ପ୍ରଶ୍ନରେ ଘାଇଲା ହୋଇଥିଲେ ଘଷିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ।ତେବେ ବିଜେଡି କହୁଛି- 147 ବିଧାନସଭା ଓ 21 ଲୋକସଭା ଆସନରେ ପ୍ରାର୍ଥୀ କେହି ନାହାନ୍ତି, ନବୀନ ନିଜେ ଲଢୁଛନ୍ତି । ତାହେଲେ ଏହା ସ୍ଥାନୀୟ ପ୍ରାର୍ଥୀଙ୍କୁ ବିରୋଧ ନା ନବୀନଙ୍କ 25 ବର୍ଷର ବିଫଳତା ବିରୋଧରେ ଜନତାଙ୍କ କ୍ରୋଧ, ତାକୁ ନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
People are angry for the failure of 25 years of governance | Argus News