Videos
|
Odisha

ନେଟୱାର୍କ ପାଇଁ ପାହାଡ଼ ଚଢ଼ି ନେଟୱାର୍କ ଖୋଜୁଛନ୍ତି ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନେଟୱାର୍କ ପାଇଁ ପାହାଡ଼ ଚଢ଼ି ନେଟୱାର୍କ ଖୋଜୁଛନ୍ତି ଲୋକେ

ଅର୍ଗସ ବ୍ୟୁରୋ:  ମୋବାଇଲ ନେଟୱର୍କ ପାଇଁ ଜୀବନକୁ ବାଜି ଲଗାଇ ନେଟୱର୍କ ଖୋଜୁଛନ୍ତି ଗାଁ ଲୋକେ। ବୋରିଗୁମ୍ମା ବ୍ଲକ ଉପାନ୍ତ ଅଞ୍ଚଳ ଚାନ୍ଦବେଡା ଗାଁ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ। ଏହି ଗାଁରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗାଁରେ ମୋବାଇଲ ନେଟୱର୍କ ନାହିଁ। ଲୋକେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବାକୁ ହେଲେ କିଏ ପାହାଡ଼ ଉପରେ ଚଢନ୍ତି ତ କିଏ ମଞ୍ଚ କିମ୍ବା ବଡ଼ ବଡ଼ ଗଛ ଉପରେ ଚଢ଼ି ଫୋନ କରନ୍ତି। ଦିନ ବେଳେ କୌଣସି ପ୍ରକାର ଚଳି ଯାଏ କିନ୍ତୁ ରାତିରେ ଗର୍ଭବତୀ ମହିଳାଙ୍କ ଦେହ କିମ୍ବା କୌଣସି ଲୋକଙ୍କ ଦେହ ଖରାପ ହେଲେ ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ କରିବା ପାଇଁ ମଶାଲ ଧରି ପାହାଡ଼ ଉପରେ ଚଢ଼ି ଫୋନ କରନ୍ତି। ଚାନ୍ଦବେଡା ବିଦ୍ୟାଳୟରେ ସରକାର ପିଲା କିଭଳି ଡିଜିଟାଲରେ ପାଠ ପଢିବେ ସେଥିପାଇଁ ବଡ଼ ବଡ଼ ଏଲ ଇ ଡ଼ି ଟିଭି ଯୋଗାଇଛନ୍ତି, ହେଲେ ବିନା ଇଣ୍ଟରନେଟରେ ଏସବୁ ଚାଲିବା ଅସମ୍ଭବ।

ଗାଁରେ ମୋବାଇଲ ଟାୱାର ଟିଏ ପାଇଁ ଗାଁ ଲୋକେ ନେତା ମନ୍ତ୍ରୀଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କୁ ଗୁହାରି କରି କରି ଥକିଗଲେଣି। କିନ୍ତୁ କେହି କର୍ଣ୍ଣପାତ କରୁ ନାହାନ୍ତି। ନିର୍ବାଚନ ପୂର୍ବରୁ ନେତାଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ବେଳେ ନେଟୱାର୍କ ନଥିବା ଯୋଗୁଁ ଠିକ ସମୟରେ ସୁବିଧା ସୁଯୋଗ ପହଞ୍ଚି ପାରୁନାହିଁ। ଗାଁରେ ମୋବାଇଲ ନେଟୱର୍କ ଟିଏ କରିବା ପାଇଁ ସରକାରଙ୍କୁ ଗ୍ରାମବାସୀ ନିବେଦନ କରିଛନ୍ତି। ଡିଜିଟାଲ ଯୁଗରେ ଉପାନ୍ତ ଅଞ୍ଚଳରେ ଟିକିଏ ନେଟୱର୍କ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏମାନେ। ପୂର୍ବ ବିଜେଡି ସରକାରଙ୍କ ଅମଳରେ ତ କିଛି ହେଲାନି ଏବେ ମୋହନ ସରକାରଙ୍କ ଅମଳରେ ହାତପାଆନ୍ତାରେ ନେଟୱର୍କ ମିଳିବ ଏବଂ ସମସ୍ତ ସୁବିଧା ପାଇ ପାରିବେ ବୋଲି ଅପେକ୍ଷା କରିଛନ୍ତି ଚାନ୍ଦବେଡା ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
People are climbing hills for networks looking for networks | Argus News