Videos
|
Odisha

ଗତକାଲି ମାଡ଼ ଖାଇଥିଲା ଛାଡ଼ ଖାଇ, ଆଜି ଜମିଲା ଆମିଷ ବେପାର

Jitendra Dash
Browse all articles by Jitendra Dash
·2 years ago·2 min read
ଗତକାଲି ମାଡ଼ ଖାଇଥିଲା ଛାଡ଼ ଖାଇ, ଆଜି ଜମିଲା ଆମିଷ ବେପାର

ଅର୍ଗସ ବ୍ୟୁରୋ : ସରିଲା କାର୍ତ୍ତିକ ପୂର୍ଣ୍ଣିମା, ଥିଲା ଛାଡ଼ ଖାଇ । ଗତକାଲି ମଙ୍ଗଳବାର ପଡୁଥିବାରୁ ବେପାରରେ ମାଡ଼ ଖାଇଥିଲେ ବେପାରୀ । ଆଜି ବୁଧବାର ଥିବାରୁ ବେପାର ଜମିବ ବୋଲି ଆଶା ରଖିଛନ୍ତି ବେପାରୀ । ଏଥିପାଇଁ ବେପାରୀମାନେ ପ୍ରସ୍ତୁତ । ଆଉ ଆଜି ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା କରି ରହିଥିଲେ ଆଜିର ଦିନକୁ ।

ଏନେଇ ଆଜି ବିଭିନ୍ନ ଆମିଷ ଦୋକାନୀରେ ଲାଗିଛି ଭିଡ଼ । ରାଜ୍ୟର ପ୍ରମୁଖ ସହରରେ ଭୁବନେଶ୍ବରରେ ଥିବା ଆମିଷ ବଜାରରେ ବ୍ୟବସାୟୀଙ୍କ ପାଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଲା, ଗତକାଲି ମଙ୍ଗଳବାର ଥିବାରୁ କେତେକ ଲୋକେ ଆମିଷ ଖାଆନ୍ତି ନାହିଁ । ଏହି କାରଣ ଯୋଗୁଁ  ଛାଡ଼ଖାଇରେ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇ ନାହିଁ । ଯାହା ଫଳରେ ମଙ୍ଗଳବାର ଦିନ ଛାଡଖାଇ ମାଡ ଖାଇଥିଲା । ଆଜି ଅର୍ଥାତ୍ ବୁଧବାର ପ୍ରକୃତ ଛାଡଖାଇ ଲୋକେ ପାଳିଛନ୍ତି  ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଛାଡ଼ଖାଇ ପାଇଁ ଆମିଷ ଦର ମଧ୍ୟ ଉଚ୍ଚା ରହିଛି । ରୋହି ଭାକୁର କେଜି ପ୍ରତି ୨୦୦ଟଙ୍କା, ମାଗୁର ମାଛ କେଜି ପ୍ରତି ୩୦୦ ଟଙ୍କା, ସାମୁଦ୍ରିକ ମାଛ ଦାମ କେଜି ପ୍ରତି ୪୦୦ ଟଙ୍କା, ଦେଶୀ ଓ ସମୁଦ୍ର କଙ୍କଡା କେଜି ପ୍ରତି ୬୦୦ରୁ ୧୪୦୦ ଟଙ୍କା । ସେହିପରି, ଚିଙ୍ଗୁଡ଼ି କେଜି ପ୍ରତି ୪୦୦ରୁ ୮୦୦ ଟଙ୍କା, ମଟନ କେଜି ପ୍ରତି ୭୫୦ରୁ ୯୦୦ ଟଙ୍କା ଓ ଚିକେନ କେଜି ପ୍ରତି ୨୨୦ରୁ ୫୦୦ ଟଙ୍କାରହିଛି । ସେହିପରି ଗତ କାଲି ଫିକା ପଡ଼ିଥିଲା ଛାଡ଼ ଖାଇ ବଜାର । କିନ୍ତୁ ଆଜି ବୁଧବାର ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।